ରେଳଧାରଣାରେ ଷ୍ଟଣ୍ଟ ସୁଟିଂ ପୋଷ୍ଟ କରି ଗିରଫ ହେଲେ ୟୁଟ୍ୟୁବରେ

ମୁମ୍ବାଇ: ରେଳଧାରଣାରେ ଷ୍ଟଣ୍ଟ ସୁଟିଂ କରି ଜଣେ ୟୁଟ୍ୟୁବରଙ୍କୁ ରେଲୱେ ପୁଲିସ (ଜିଆରପି) ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ନାମ ଇଫି ଖାନ ହୋଇଥିବାବେଳେ ୟୁଟ୍ୟୁବରେ ତାଙ୍କର ପ୍ରାୟ ୪୪.୮ ହଜାର ଅନୁସରଣକାରୀ ଅଛନ୍ତି । ଅଭିଯୋଗ ମୁତାବକ ଖାନ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଏକ ରେଳଧାରଣାରେ ଏକ ଆତ୍ମଘାତୀ ଷ୍ଟଣ୍ଟ କରୁଥିବାର ନଜର ଆସିଥିଲେ । ଏହି ଷ୍ଟଣ୍ଟ ଦ୍ୱାରା ଅନ୍ୟକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ବାଇର ବାନ୍ଦ୍ରା ଏବଂ ଖାର ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକରେ ଏହାକୁ ସୁଟିଂ କରାଯାଇ ପୋଷ୍ଟ କରାଯାଇଥିଲା । ଏନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଟ୍ୱିଟ କରିବା ପରେ ଜିଆରପି ପକ୍ଷରୁ ଏକ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ଖାନଙ୍କୁ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ଧାରା ୩୩୬ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଏବଂ ଭାରତୀୟ ଦଣ୍ଡବିଧି ଆଇନର ୧୮୮ ଆଦେଶକୁ ଅବମାନନାଅନୁଯାୟୀ ଗିରଫ କରାଯାଇଥିଲା ।