ଚାଷୀଙ୍କ ଚେତାବନୀ: ମନ୍ତ୍ରୀ କରିପାରିବେନି ପତାକା ଉତ୍ତୋଳନ

ଚଣ୍ଡିଗଡ଼: ଆନ୍ଦୋଳନକାରୀ ଚାଷୀ ସରକାର ଓ ବିଜେପି ନେତାଙ୍କୁ ଚେତବନୀ ଦେଇଛନ୍ତି । ଏମିତିକି ମନ୍ତ୍ରୀ, ବିଜେପି ନେତାଙ୍କୁ ପତାକା ଉଡାଇବାକୁ ଦିଆଯିବନି ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ଆନ୍ଦୋଳନାକାରୀ ଚାଷୀ ହରିଆଣାରେ ଅଗଷ୍ଟ ୧୫ରେ ଏକାଠି ହୋଇ ଜାନୁଆରୀ ୨୬ ଭଳି ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଥିବା ସୂଚନା ମିଳିଛି । ଏହାସହ ବିଜେପି ନେତାଙ୍କୁ କଳା ପତାକା ଦେଖାଇବାକୁ ଯୋଜନା ହୋଇଥିବା ଆନ୍ଦୋଳନକାରୀ ଚାଷୀ କହିଛନ୍ତି । ବିଜେପି ନେତାଙ୍କୁ ବିରୋଧ କରିବାକୁ ଯାଇ କହିଛନ୍ତି ବିଜେପି ନେତା ଜାତୀୟ ପତାକା ଧରିବାକୁ ଯୋଗ୍ୟ ନୁହେଁ । ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଛି । କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’ କରୁଛନ୍ତି । ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ପୁଲିସ୍‌ ପକ୍ଷରୁ କରାଯାଇଛି । ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରୁ ଦୈନିକ ୨୦୦ ଜଣ ସଂସଦ ଅଭିମୁଖେ ଆସି ନକଲି କିଷାନ ସଂସଦରେ ସାମିଲ ହେଉଛନ୍ତି । ଏହା ଅଗଷ୍ଟ ୧୩ ଯାଏ ଚାଲିବ ।