ହୀମାଚଳରେ ପାହାଡ ଅତଡା ଧସି ୯ ମୃତ

ସିମ୍‌ଲା: ହିମାଚଳପ୍ରଦେଶରେ ଭୂ-ସ୍ଖଳନ ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଗୁଂସା ନିକଟରେ ପାହାଡ ଅତଡା ଧସିଛି । ଗାଡି ଉପରେ ପଥର ପଡିବାରୁ ଏଥିରେ ଯାତ୍ରା କରୁଥିବା ପ୍ରାୟ ୯ ଜଣ ପର୍ୟ୍ୟଟକ ପ୍ରାଣ ହରାଇଛନ୍ତି ।
ମୃତ ପର୍ୟ୍ୟଟକମାନେ ଦିଲ୍ଲୀ ଏନସିଆରର ବୋଲି ଜଣାପଡିଛି । ସେମାନେ ଛୁଟି କଟାଇବାକୁ ଆସିଥିବା ବେଳେ ଭୂ-ସ୍ଖଳନର ଶିକାର ହୋଇଯାଇଛନ୍ତି । ଭୂ-ସ୍ଖଳନ ସୂଚନା ମିଳିବାମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ତେବେ ପାହାଡରୁ ପଥର ଗଡୁଥିବାରୁ ଉଦ୍ଧାର କାର୍ୟ୍ୟ ସମ୍ଭବ ହୋଇ ପାରୁନଥିବା ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ନେତା ଜଗତସିଂ ନେଗୀ କହିଛନ୍ତି । ଦୁର୍ଘଟଣାରେ ଆହତ ପର୍ୟ୍ୟଟକଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇବା ଲାଗି ବ୍ୟବସ୍ଥା ହୋଇଥିବା କହିଛନ୍ତି ।