ବଲଟିମୁର ସେତୁ ଭୁଶୁଡ଼ିଲା, ୬ ଶ୍ରମିକ ମୃତ!

ବଲଟିମୁର: ଯୁକ୍ତରାଷ୍ଟ୍ର ଆମେରିକାର ବଲଟିମୁର ଅନ୍ତର୍ଗତ ଫ୍ରାନ୍‌ସିସ୍‌ ସ୍କଟ୍‌ କି ବ୍ରିଜ ଭୁଶୁଡ଼ି ପଡ଼ିବା କାରଣରୁ ଅନ୍ୟୁନ ୬ ଜଣ ଶ୍ରମିକ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି । ପ୍ରକୃତରେ କେତେଜଣ ଶ୍ରମିକ ନିଖୋଜ ଅଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ନିଖୋଜ ଶ୍ରମିକଙ୍କ ଖୋଜଖବର ନ ମିଳିବା ପର୍ଯ୍ୟନ୍ତ ସେତୁ ମରାମତି କାମ ବାତିଲ କରାଯାଇଛି ।

ପଟାପସ୍କୋ ନଦୀ ଉପରେ ନିର୍ମିତ ସେତୁ ମରାମତି ଚାଲିଥିବା ବେଳେ ଅତି କମ୍‌ରେ ୮ ଜଣ ଶ୍ରମିକ ନଦୀଗର୍ଭକୁ ଖସି ପଡ଼ିଥିଲେ । ଉଦ୍ଧାରକାରୀ ଦଳ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ମଙ୍ଗଳବାର ଦିନ ଗୋଟିଏ ମାଲବାହୀ ଜାହାଜ ଉକ୍ତ ସେତୁକୁ ଜବରଦସ୍ତ ଧକ୍କା ଦେବା ଫଳରେ ସେତୁଟିର ବ୍ୟାପକ କ୍ଷତି ହୋଇଥିଲା ।

ତା’ ସହିତ ଜାହାଜଟି ବୁଡ଼ି ଯାଇଥିଲା । ଜାହାଜଟି ବୁଡ଼ିଯିବା ପୂର୍ବରୁ ସେଥିରେ ନିଅାଁ ଲାଗି ଯାଇଥିଲା । ଜାହାଜରେ ବହୁ ପ୍ରକାରର ଯାନବାହନ ଲଦା ଯାଇଥିଲା ।