ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶିତ

ଭୁବନେଶ୍ୱର: ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସ୍ୱୀକୃତି କ୍ରମେ ଦଳ ପକ୍ଷରୁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବିଜେଡି ଘୋଷିତ ଲୋକସଭା ଆସନଗୁଡ଼ିକ ଭିତରୁ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝି, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା, ଆସ୍କାରୁ ରଂଜିତା ସାହୁ ଲଢ଼ିବାକୁ ଯାଉଛନ୍ତି ।

ଘୋଷିତ ବିଧାନସଭା ଆସନଗୁଡ଼ିକ ଭିତରୁ ଗୁଣପୁରରୁ ରଘୁନାଥ ଗମାଙ୍ଗୋ, ରାୟଗଡ଼ାରୁ ଅନୁସୂୟା ମାଝି, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ଶୁଭାସିନୀ ଜେନା, ଭଣ୍ଡାରିପୋଖରୀରୁ ସଂଜିବ ମଲିକ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଂଜୟ ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲିକ, ବିଷମକଟକରୁ ଜଗନ୍ନାଥ ସାରକା ନିର୍ବାଚନ ଲଢ଼ିବେ ।