ଚାଇନା ନିମୋନିଆ ପ୍ରତି ସାବଧାନ

ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶକୁ ଗ୍ରହଣ କରିଛନ୍ତି କର୍ଣ୍ଣାଟକ, ତାମିଲନାଡୁ, ହରିଆଣା, ରାଜସ୍ଥାନ, ଗୁଜରାଟ ଓ ଉତରାଖଣ୍ଡ । ଏବେ ଭାରତରେ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଇନା ନିମୋନିଆ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ବିଶେଷ କରି ଶ୍ୱାସରୋଗରେ ପୀଡ଼ିତ ଲୋକମାନେ ଚାଇନା ନିମୋନିଆ ପ୍ରତି ସତର୍କ ରହିବାକୁ କୁହାଯାଇଛି । ଚୀନରେ ଛୋଟ ପିଲାମାନଙ୍କୁ ନୂତନ ପ୍ରଜାତିର ନିମୋନିଆ ସଂକ୍ରମଣ କରୁଛି । କରୋନା ଭଳି ଏହି ନିମୋନିଆ ବାୟୁବାହିତ ହୋଇଥିବାରୁ ଭାରତ ସରକାର ଚିନ୍ତାପ୍ରକଟ କରିଛନ୍ତି ।

ଉପରୋକ୍ତ ୬ଟି ରାଜ୍ୟ ସରକାର ଚାଇନା ନିମୋନିଆ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କଲେଣି । ଅନ୍ୟ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶନାମାକୁ ମାନିବା ଉଚିତ । ଋତୁଚକ୍ର ଅନୁସାରେ ଲୋକଙ୍କୁ ସଂକ୍ରମଣ କରୁଥିବା ବେମାର ପ୍ରତି ଅଧିକ ସଚେତନ ରହିବାକୁ କୁହାଯାଉଛି । ବୟସ୍କ ଲୋକ, ଗର୍ଭବତୀ ମହିଳା, ବାଳୁତଙ୍କ ପ୍ରତି ପରିବାରର ଅନ୍ୟ ସଭ୍ୟମାନେ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଉଛି ।

ଚାଇନା ନିମୋନିଆକୁ ମୁକାବିଲା କରିବା ପାଇଁ ପ୍ରତି ସରକାରୀ ଡାକ୍ତରଖାନାରେ ଆନୁସଙ୍ଗିକ ପ୍ରତିକାର ବ୍ୟବସ୍ଥା କରିବାକୁ କୁହାଯାଇଛି । ଥଣ୍ଡାକାଶ, ନାକରୁ ପାଣି, ମୁଣ୍ଡବଥା, ଦେହହାତ ଅବଶ, ଶୁଖିଲା କାଶ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ।