ହତଭାଗ୍ୟ ଭାରତୀୟ: କଟିଗଲା ଆମେରିକା ନାଗରିକତା

Unfortunate Indian: Loses US citizenship

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶଂସା କହୁଥିଲେ ସରିବନି । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଜୋଏ ବାଇଡେନ ତାଙ୍କ ଅଭିଭାଷଣରେ ଭାରତକୁ ମାପିଚୁପି ଜବାବ ଦେଇଥାନ୍ତି ।

ପ୍ରତି ଭାରତୀୟଙ୍କ ମନରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ଦୁର୍ବଳତା ରହିଛି । ମାତ୍ର ସେଠାରେ ବସବାସ କରୁଥିବା ଭାରତୀୟ ପରିବାରକୁ କୋଉ ସାମାଜିକ କଟକଣା ଭୋଗିବାକୁ ପଡୁଛି । ତା’ର ଗୋଟିଏ ଉଦାହରଣ ପ୍ରଦାନ କରୁଛୁ ।
ଦୀର୍ଘ ୬୧ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଛନ୍ତି ସାଇଭାଷ ଶୋଭାନୀ ନାମକ ଜଣେ ଭାରତୀୟ ଡାକ୍ତର । ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମଲାଭ, ଲାଳନ ପାଳନ, ପାଠପଢ଼ା, ଡାକ୍ତରୀ ପେସା ସବୁକିଛି । ଶୋଭାନୀଙ୍କ ଶରୀରରେ ଆମେରିକାର ପାଣି ପବନ ବହୁଥିଲେ ମଧ୍ୟ ନିକଟ ଅତୀତରେ ତାଙ୍କର ଆମେରିକାର ନାଗରିକତା କଟିିଯାଇଛି ।

ଆମେରିକାର ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଶୋଭାନୀଙ୍କୁ ଜଣାଇ ଦିଆଯାଇଛି ଯେ ଜନ୍ମସ୍ଥାନକୁ ଆଧାର କରି ତାଙ୍କୁ ଆମେରିକାର ନାଗରିକତା ପ୍ରଦାନ ସମ୍ଭବ ନୁହେଁ । ତା’ର ପ୍ରଧାନ କାରଣ ହେଉଛି, ଶୋଭାନୀଙ୍କ ଜନ୍ମଲାଭ ସମୟରେ ତାଙ୍କ ବାପା ଇରାନ୍‌ ଦୂତାବାସର କୂଟନୀତିଜ୍ଞ ଭାବେ କାମ କରୁଥିଲେ ।

ଆମେରିକାର ନାଗରିକତା ଆଇନ ଅନୁସାରେ ଆମେରିକାରେ କାର୍ଯ୍ୟରତ ରାଜଦୂତ ପରିବାରରେ ଜନ୍ମିତ ପିଲାମାନଙ୍କୁ ଜନ୍ମସ୍ଥାନ ଆଧାରରେ ନାଗରିକତା ଦିଆଯାଇ ପାରିବନି ।
ଦୀର୍ଘ ୩୦ ବର୍ଷ ଧରି ଡାକ୍ତରୀ ସେବାରେ ନିୟୋଜିତ କରିବା ପରେ ମଧ୍ୟ ଶୋଭାନୀଙ୍କ ନାଗରିକତା କଟିଗଲା । ୬୨ ବର୍ଷ ବୟସରେ ପଦାର୍ପଣ କରିଥିବା ଶୋଭାନୀ ଦମ୍ପତିଙ୍କ ସ୍ଥାୟୀ ବାସଟିଏ କିଣିବା ଏବେ ସ୍ୱପ୍ନ ପ୍ରାୟ ।