ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହ ବାଇଡେନଙ୍କ ଆଲୋଚନା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ଏହି ଲଢେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇକେଡ କଡା ଚେତାବନୀ ଦେଇଛନ୍ତି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ପୋଲାଣ୍ଡରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋ ସମୂହର ରାଷ୍ଟ୍ରମାନେ ଏକାଠି ହାତ ମିଶାଇଛନ୍ତି ।

ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ପୋଲାଣ୍ଡ ଗସ୍ତରେ ଅଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରୋଜେଜଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଦ୍ୱିପାକ୍ଷୀୟ ଆଲୋଚନା ସମୟରେ ବାଇଡେନ କହିଥିଲେ ଯେ ଯୁଦ୍ଧର ଏହି ଘଡିରେ ପୋଲାଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ମୋତେ ଲାଗୁଛି କେବଳ ପୋଲାଣ୍ଡ ନୁହେଁ ବରଂ ସମସ୍ତ ନାଟୋ ଦେଶ ଦାୟିତ୍ୱ ନେବା ଉଚିତ ।