ବେଣ୍ଟପଦାରେ ଜନସେବା କେନ୍ଦ୍ର ଉଦଘାଟିତ

ଆଠଗଡ : ଏବେ ଡିଜିଟାଲ ଯୁଗ । ଏଇ ଡିଜିଟାଲ ଯୁଗରେ ଆଉ ଅଧ୍ଖକାଂଶ ସରକାରୀ କାମ ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ । ଜନସେବା କେନ୍ଦ୍ର ସହାୟତାରେ ଜନସାଧାରଣ ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି ବେଣ୍ଟପଦା ପଞ୍ଚାୟତର କୁଲାଗଡଠାରେ ସହଜ ଜନସେବା କେନ୍ଦ୍ରକୁ ଉଦଘାଟନ କରି ବକ୍ତାମାନେ କହିଛନ୍ତି । ବେଣ୍ଟପଦା ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ପଣ୍ଡା ଏଥ୍ଖରେ ସଭାପତିତ୍ୱ କରିଥିଲେ । ସେବା କେନ୍ଦ୍ରର ପରିଚାଳକ ବିରଞ୍ôଚ ନାରାୟଣ ମଲ୍ଲିକ ପ୍ରାରମ୍ଭିକ

ସୂଚନା ଦେଇଥ୍ଖବା ବେଳେ ଅବସରପ୍ରାପ୍ତ ସ୍କୁଲ ଇନ୍ସପେକ୍ଟର ଶ୍ରୁତିଧର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଦିପ୍ତୀମୟୀ ମଲ୍ଲିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯୋରନ୍ଦା ପଞ୍ଚାୟତର ସରପଞ୍ଚ କମଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶାଶ୍ୱତୀ ମଲିକ, ବରିଷ୍ଠ ଶିକ୍ଷାବିତ ବିଜୟ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣ୍ଟପଦା ପଞ୍ଚାୟତର ସମିତି ସଭ୍ୟା ରୂପା ମଲ୍ଲିକ, ୱାର୍ଡସଭ୍ୟା ଫୁଲ ମଲ୍ଲିକ, ପବିତ୍ର ସାହୁ, ବିଭୁ ପ୍ରସାଦ ସେଠୀ, ମୋତି ରଞ୍ଜନ ଭଞ୍ଜ, ବାଉରୀବନ୍ଧୁ ମଲ୍ଲିକ, ଅଭିରାମ ମଲ୍ଲିକ, ଧ୍ରୁବଚରଣ ମଲ୍ଲିକ, ଅଶୋକ ମଲ୍ଲିକ, କାହ୍ନୁଚରଣ ମଲ୍ଲିକ, ଅନିଲ ମଲ୍ଲିକ, ଧିରେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱ ରଞ୍ଜନ ମଲ୍ଲିକ, ଚୈତନ ମଲ୍ଲିକ, ନିର୍ମଳ କୁମାର ମଲ୍ଲିକ, ବଣ୍ଟି ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।