ପ୍ରଧାନମନ୍ତ୍ରୀଙ୍କ ପୁଣି ମାଗଣା ରାସନ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ମାଗଣା ରାସନ ବ୍ୟବସ୍ଥା ଚଳିତବର୍ଷ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା । ମାଗଣା ରାସନ ସମୟସୀମା ବଢିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୂଚନା ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଭାରତବର୍ଷର ସାମର୍ଥ୍ୟ ଦେଶର ଜଣେ ଜଣେ ନାଗରିକଙ୍କ ଶକ୍ତିରେ ସମାହିତ ।

ଏହି ଶକ୍ତିକୁ ସୁଦୃଢ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆହୁରି ୬ ମାସ ବଢାଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶର ୮୦ କୋଟିରୁ ଅଧିକ ଲୋକ ପୂର୍ବଭଳି ଏହି ଯୋଜନାର ଲାଭ ଉଠାଇପାରିବେ ।