ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଦଳର ସଭାପତି ଅରବିନ୍ଦ କେଜ୍ରରିୱାଲ ସରକାର ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଦିଲ୍ଲୀ ସରକାରଙ୍କ ଫୋକସରେ ରଖିଛନ୍ତିଫ ଚାକିରୀ, ସ୍ୱାସ୍ଥ୍ୟ, ରାତ୍ରୀକାଳୀନ ଜୀବନ ଯାପନ, ମାକେର୍ଟ ଉପରେ ଗୁରୁତ୍ୱ ଦିଆଯାଇଛିଫ ୭୫ ହଜାର ୮୦୦ କୋଟିର ଏହି ବଜେଟରେ ଦିଲ୍ଲୀ ସରକାର ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଆପ ମନ୍ତ୍ରୀ, ମନିଷ ସିସୋଦିଆ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ପୁର୍ବରୁ ସରକାର ଦେଶଭକ୍ତି ଉପରେ ବଜେଟ ଉପସ୍ଥାପନ କରିଥିବା ବେଳେ ଚଳିତ ବର୍ଷ ସେମାନେ ରୋଜଗାର ବଜେଟ୍‌ ଉପସ୍ଥାପନ କରିଛନ୍ତି ।

ସେ କହିଛନ୍ତି ଯେ ଆଗାମୀ ୫ବର୍ଷ ମଧ୍ୟରେ ୩ ଲକ୍ଷ ଚାକିରି ଏବଂ ଆଗାମୀ ୧ ବର୍ଷ ମଧ୍ୟରେ ୧.୨୦ ଲକ୍ଷରୁ ଅଧିକ ନୁଆ ରୋଜଗାରର ସମ୍ଭାବନା ରହିଛି । ତେଣୁ ସହରରେ ଥିବା ୫ ଟି ପ୍ରସିଦ୍ଧ ବଜାରକୁ ଅଧିକ ଉନ୍ନତ କରାଯିବ । ତେଣୁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ଛଡା ଦେଶର ଜିଡିପିରେ ଦିଲ୍ଲୀର ଅଂଶ ୨୦୧୧-୧୨ ରେ ୩.୯୪ ଠାରୁ ବଢି ବର୍ତ୍ତମାନ ୪.୨୧ ପର୍ଯ୍ୟନ୍ତ ପହଁଚି ସାରିଲାଣି । ଦିଲ୍ଲୀ ବଜେଟ ୨୦୨୨-୨୩ ରେ ନଗର ନିଗମ ପାଇଁ ୬,୧୫୪ ଟଙ୍କା ଆବଣ୍ଟିତ କରାଯାଇଛି । ସେ ଆହୁରି କହିଛନ୍ତି ଯେ, ନୂତନ ଭାବେ କର୍ମଚାରୀ ମାର୍କେଟ ପୋର୍ଟାଲ ୨.୦ ଦିଲ୍ଲୀରେ ଅଣାଯିବ । ପୂର୍ବ ଥର ୧୫ ଲକ୍ଷ ଯୁବକ ଚାକିରୀ ଖୋଜୁଥିଲେ ଏବଂ ୧୦ ଲକ୍ଷ ଚାକିରି ଆଶାୟୀ ରହିଥିଲେ । ଚଳିତ ବର୍ଷ ଶିକ୍ଷା ବଜେଟ ପାଇଁ ୧୬୨୭୮ ଟଙ୍କା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ୯୬୬୯ କୋଟି ଓ ପରିବହନ ପାଇଁ ୯୫୩୯ କୋଟି ଦିଆଯିବ ବୋଲି ସେ କହିଛନ୍ତି ।