କଂଗ୍ରେସକୁ ବଳିଗଲା ବିଜେପି: ମୋଦିଙ୍କ ଅମଳରେ ଦିନକୁ ୧୧୬୭ ନିଖୋଜ

ନୂଆଦିଲ୍ଲୀ: ୧୧୬୭ ଦେୟମୁକ୍ତ ନମ୍ବର ନୁହେଁ । ବିଗତ ୬ ବର୍ଷ ଭିତରେ ଦେଶରେ ୨୫ ଲକ୍ଷରୁ ଅଧିକ ମହିଳା, ନାବାଳିକା, ଯୁବତୀ ନିଖୋଜ ହୋଇଛନ୍ତି । ସବୁଆଡୁ ହିସାବ କଲେ, ଦିନକୁ ୧୧୬୭ ଜଣ ମହିଳା, ଯୁବତୀ, ନାବାଳିକା ନିଖୋଜ ହେଉଛନ୍ତି । ପୁଲିସର ଲମ୍ବାହାତ ୧୩ ଲକ୍ଷ ୭୨ ହଜାର ୬୩୫ ଜଣ ନାବାଳିକା ଓ ମହିଳାଙ୍କ ନିକଟରେ ପହଂଚି ପାରିଛି । ପୁଲିସ ହାତମୁଠା ତୁଳନାରେ ଅପରାଧିଙ୍କ ହାତ ବେଶ ସୁଦୃଢ଼ ପ୍ରମାଣିତ ହୋଇଛି । କୋଉ ଆଡୁଆ ପଚାରିଲେ ତା’ର ହିସାବ ଆପଣ କରନ୍ତୁ । ଏବେ ସୁଦ୍ଧା ୧୧ ଲକ୍ଷରୁ ଅଧିକ ମହିଳା ଓ ନାବାଳିକା ନିଖୋଜ ଅଛନ୍ତି ତା’ ଅର୍ଥ ଦିନକୁ ୬୨୭ ଜଣ ନାବାଳିକା ଓ ମହିଳାଙ୍କୁ ଅପରାଧିଙ୍କ କବଳରୁ ମୁକ୍ତ କରିବାକୁ ବିଫଳ ହୋଇଛି ପୁଲିସ ।

ପୁଲିସ ବିଭାଗରେ କୁଆଡେ଼ ଭାରି ପାରିବାର ଲୋକମାନେ କାମ କରୁଛନ୍ତି । ତା’ହେଲେ ଦିନକୁ ୬୨୭ ଜଣ ମହିଳା ଓ ନାବାଳିକାଙ୍କ ନିକଟରେ ପୁଲିସ ପହଂଚି ନପାରିବାର କାରଣ କ’ଣ?

ଏ ହିସାବ ଆମେ ନୁହେଁ; ସଂସଦକୁ ଜଣାଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର । ଏବେ ବିଜେପିର ଟାଣୁଆ ନେତାମାନେ କୁହନ୍ତୁ । ମୋଦିଙ୍କ ପାଖଲୋକ ସଂସଦକୁ କ’ଣ ମିଛକଥା କହିଛନ୍ତି । ଜମାରୁ ନୁହେଁ କାରଣ ସତ କହିବାକୁ ପ୍ରଧାନମନ୍ତ୍ରୀ ମୋଦି କେବେ ପଛଘୁଂଚା ଦିଅନ୍ତିନି ।

ବିକଶିତ ଭାରତ’ରେ ଯଦି ଦିନକୁ ୧୧୬୭ ଜଣ ମହିଳା, ନାବାଳିକା, ଯୁବତୀ ନିଖୋଜ ହେବା ଜରୁରୀ । ସେଭଳି ବିକଶିତ ଭାରତ ଆମର ଦରକାର ନାହିଁ ।