ବିଜେଡି ପାଣ୍ଠି ବିଷୟରେ ବିଜେଡି ଗଣମାଧ୍ୟମ ନିରବ

ଭୁବନେଶ୍ୱର: ରାଜନୈତିକ ଦଳକୁ ମିଳୁଥିବା ଚାନ୍ଦା ସଂପର୍କରେ ଭୁବନେଶ୍ୱରରୁ ପ୍ରକାଶିତ ଗୋଟିଏ ଦୈନିକ ସମ୍ବାଦପତ୍ର ବିଜେପି, କଂଗ୍ରେସ, ବିଆରଏସ, ୱାଇଏସଆରସିପି ଓ ଆପ୍‌ ପାଣ୍ଠି ସଂପର୍କରେ ବିସ୍ତାରିତ ସୂଚନା ପ୍ରଦାନ କରିଛି । ମାତ୍ର ବିଜେଡି ପାଣ୍ଠି ସଂପର୍କରେ ସାମାନ୍ୟ ସୂଚନା ଦିଆଯାଇନି ।

ଏ କି ପାତର ଅନ୍ତର? ବିଜେପି ପାଣ୍ଠିକୁ ସର୍ବାଧିକ ଚାନ୍ଦା ଯାଇଛି । କଂଗ୍ରେସ ଉପରେ ମା’ ଲକ୍ଷ୍ମୀ କୃପା କରିନାହାନ୍ତି । କେସିଆର, ଜଗନମୋହନ ରେଡ୍ଡି, କେଜ୍ରିୱାଲଙ୍କ ପାର୍ଟିକୁ କେତେ ପରିମାଣର ଚାନ୍ଦା ଯାଇଛି; ତା’ ବର୍ଣ୍ଣନା କଲ । ହେଲେ ବିଜେଡି ବେଳକୁ ସବୁ ଲୁଚାଇ ଦେଲ । ଦମ୍‌ ଅଛି ତ କହୁନ ବିଜେଡି ପାଣ୍ଠିରେ ନିର୍ବାଚନ କମିଶନ ଜାଣତରେ ୩୨୦ କୋଟି ଟଙ୍କା ରହିଛି । ଲୁୂଚାଚୋରାରେ ୧୪ ହଜାର କୋଟି ଟଙ୍କା ଗଚ୍ଛିତ ରହିଛି ।