ପାଣ୍ଡିୟାନ ଠିକ କହିଛନ୍ତି, ‘ପ୍ରବଂଚକଙ୍କୁ କ୍ଷମତାଚ୍ୟୁତ କର’

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭୃତ୍ୟ ଭିକେ ପାଣ୍ଡିୟାନ ପ୍ରବଂଚକଙ୍କୁ କଡ଼ା ଜବାବ ଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାମରେ ବାଧା ଦେଉଥିବା ଦୁଷ୍ଟଶକ୍ତିକୁ ଲୋପ କରିବାକୁ କହିଛନ୍ତି । ପାଣ୍ଡିୟାନ ସତକଥା କହୁଛନ୍ତି, ଆଦର୍ଶ ବିଦ୍ୟାଳୟ ନାଁରେ ଯୋଉ ବିଦ୍ୟାଳୟ ଭିତର ବାହାରକୁ ଧଳାସବୁଜ ରଙ୍ଗରେ ବୋଳି ଦିଆଯାଉଛି । ଶିକ୍ଷକ ପଦବୀ ପୂରଣ କରାଯାଉନି । ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଣ ନାହିଁ । ସେଭଳି ଠକ ପ୍ରବଂଚକ ରାଜନୈତିକ ଦଳକୁ କ୍ଷମତାରୁ ହଟାଇବାକୁ ପଡ଼ିବ ।

ମିଛର ପାହାଡ଼ ଉପରେ ବସି କ୍ଷମତାସୀନ ଦଳ ଓଡ଼ିଶାବାସୀଙ୍କୁ ଭୁଅାଁ ବୁଲାଉଛି । ରାଜ୍ୟବାସୀ ସବୁ ଦେଖୁଛନ୍ତି ଓ ଜାଣୁଛନ୍ତି । ପାଣ୍ଡିୟାନ କିଛି ଉପଦେଶ ଦେବା ଦରକାର ନାହିଁ । ପାଣ୍ଡିୟାନଙ୍କ ଭଳି ଅତି ଭଦ୍ରଲୋକଙ୍କୁ ପାଇ ଓଡ଼ିଶାର ସାଢେ଼ ଚାରିକୋଟି ଲୋକ କୃତ୍ୟ କୃତ୍ୟ ହେଉଛନ୍ତି ।

ପାଣ୍ଡିୟାନଙ୍କ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନାହିଁ; ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଭୟ ଆଶୀର୍ବାଦ ରହିଛି ।