ଡିସେମ୍ବର ୩୧ ସୁଦ୍ଧା ସାରନ୍ତୁ ଆଇଟି ରିଟର୍ଣ୍ଣ

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ୨୦୨୪ । ନୂଆବର୍ଷରେ ନୂଆ ନିୟମ କାର୍ଯ୍ୟକାରୀ କରାଯିବ । ତା’ ପୂର୍ବରୁ ହାତରେ ଥିବା ପୁରୁଣା ଦିନରେ ପୁରୁଣା କାମଗୁଡ଼ିକ ଚଟାପଟ୍‌ ସାରିବା ପାଇଁ ଆୟକର ବିଭାଗ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଇଟି ରିଟର୍ଣ୍ଣ ନିକଟରୁ ଆରମ୍ଭ କରି ମ୍ୟୁଚୁଆଲ ଫଣ୍ଡ ପର୍ଯ୍ୟନ୍ତ ଯାବତୀୟ ଆର୍ଥିକ ବ୍ୟାପାର କାମ ସାରିବା ପାଇଁ କୁହାଯାଇଛି । ନୂଆବର୍ଷରେ ଫଟକା ବଜାରରେ ପୁଞ୍ଜି ନିବେଶ ସହଜ ହେବନି । ଷ୍ଟକ ବଜାରରେ ଟଙ୍କା ଖଟାଇଥିବା ଲୋକମାନେ ତୁରନ୍ତ ନୋମିନିଙ୍କ ନାମ ଉଲ୍ଲେଖ କରିଦେବା ବୁଦ୍ଧିମାନର କାମ ହେବ ।

ସେବି ପକ୍ଷରୁ ଡିମାତ୍‌ ଆକାଉଂଟ ନୋମିନେସନ ପାଇଁ ଅନ୍ତିମ ତାରିଖ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ନୋମିନିଙ୍କ ନାମ ଘୋଷଣା ନକଲେ ଟଙ୍କା ଖଟାଇବା ଓ ଉଠାଣରେ ଘୋର ଅସୁବିଧା ହେବ ।

ସେହିଭଳି ଡିସେମ୍ବର ୩୧ ତାରିଖ ପୂର୍ବରୁ ଆଇଟି ରିଟର୍ଣ୍ଣ ଦାଖଲ କରି ଦିଅନ୍ତୁ । ତା’ ନହେଲେ ନୂଆବର୍ଷରେ ଅଧିକ ପରିମାଣର ଜରିମାନା ପଇଠ କରିବାକୁ ପଡ଼ିବ ।