ବିଧାୟକ ଦଳ ଭାବେ ନିର୍ବାଚିତ ହେଲେ ବୁଲଡୋଜର ବାବା

ନୂଆଦିଲ୍ଲୀ: ବିଧାୟକ ଦଳ ଭାବେ ନିର୍ବାଚିତ ହେଲେ ଯୋଗୀ ଆଦିତ୍ୟନାଥ । ଆଜି ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଲକ୍ଷେ୍ନøଠାରେ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବିଧାୟକ ଦଳର ନେତା ଭାବେ ଚୂଡାନ୍ତ ହେବା ପରେ ଯୋଗୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ସମସ୍ତ ବଡ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ପ୍ରଥମଥର ଜଣେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ଆସିଛନ୍ତି । ୨୦୧୭ ପୂର୍ବରୁ ମୋ ପାଖରେ କୌଣସି ପ୍ରଶାସନିକ ଅନୁଭବ ନଥିଲା କି ଶାସନର କୌଣସି ଦାୟିତ୍ୱ ନିର୍ବାହ କରିନଥିଲି । ପାର୍ଟି ୨୦୧୭ରେ ମୋ ଉପରେ ବିଶ୍ୱାସ କରିଥିଲା । ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ମୁଁ ସୁଶାସନର ମନ୍ତ୍ର ମୋଦୀଙ୍କଠାରୁ ଶିଖିଛି ।