ଆଜିଠୁ ଯୋଗୀଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ବୈଠକ ହୋଇଛି । ବୈଠକରେ ଯୋଗୀ କ୍ୟାବିନେଟ ପାଇଁ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଉଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଏଲ ସନ୍ତୋଷ ଓ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ସେହିପରି ଉତ୍ତରପ୍ରଦେଶ ଲୋକ ଭବନରେ ବିଜେପି ବିଧାନମଣ୍ଡଳ ଦଳର ଆଜି ବୈଠକ ହେବ । ବୈଠକରେ ଯୋଗୀ ଆଦିତ୍ୟନାଥ ବିଧାନମଣ୍ଡଳ ଦଳର ନେତା ଚୟନିତ ହେବେ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ବିଜେପି କ୍ରମାଗତ ୨ୟ ସରକାର ଗ?ିବାକୁ ଯାଉଛି । ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଲାଗି ଶପଥ ଗ୍ରହଣ