160×600
160×600

ବଢିଚାଲିଛି ବୀରଭୂମ ହିଂସା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହିଂସା ଘଟଣା ବଢି ଚାଲିଛି । ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ଜାଳିବା ଘଟଣାକୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ନଦିଆ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟଣା ହୋଇଛି । ମୃତ ବ୍ୟକ୍ତି ତୃଣମୂଳ କଂଗ୍ରେସର ସ୍ଥାନୀୟ କର୍ମୀ ଥିଲେ । ସହଦେବଙ୍କ ପତ୍ନୀ ଅନୀମା ମଣ୍ଡଳ ୨ ନମ୍ବର ବଗୁଳା ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି । ସ୍ଥାନୀୟ ଲୋକଙ୍କୁ ବୁଧବାର ରାତିରେ ଲହୁଲୁହାଣ ଅବସ୍ଥାରେ ସହଦେବଙ୍କ ମୃତଦେହ ମିଳିଥିଲା । ଆଖପାଖର ଲୋକେ ତାଙ୍କୁ ବଗୁଲାର ସ୍ୱାସ୍ଥ୍ୟ କେନ୍ଦ୍ରରେକୁ ନେଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଶକ୍ତିନଗର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପଶ୍ଚିମବଙ୍ଗର ବୀରଭୂମରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ହିଂସା ବ୍ୟାପିଛି । ଅଭିଯୋଗ ହେଉଛି ଯେ, ଏଠାରେ ଉତ୍ତେଜିତ ଲୋକେ ପାଖାପାଖି ୧୨ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି । ପୁଲିସ କହିବା ଅନୁସାରେ ତଦନ୍ତ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ୨୨ ଜଣ ଗିରଫ ହୋଇସାରିଛନ୍ତି ।