ଲକ୍ଷ୍ମୀପୁର ଖେରିରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୨୫ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଭୀଷଣ ସଡକ ଦୁର୍ଘଟଣା । ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ଆହତମାନଙ୍କ ସ୍ଥିତି ଗମ୍ଭୀର ବୋଲି କୁହାଯାଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଇଛି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଥିଲେ । ବସଟି ଘୋରହରାରୁ ଲକ୍ଷ୍ମୀପୁର ଯାଉଥିଲା । ଦୁର୍ଘଟଣାରେ ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କାମ ଆରମ୍ଭ କରିଥିଲେ । ଏହାସହ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାମ ତ୍ୱରାନ୍ୱିତ କରିଥିଲେ ।