ବେଙ୍ଗଲ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସମନ-shaksi news

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଡାଏମଣ୍ଡ ହାରବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିଛନ୍ତି କେନ୍ଦ୍ର ସରକାର । ଗତକାଲି ନଡ୍ଡାଙ୍କ ରାଲିରେ ହୋଇଥିଲା ମରଣାନ୍ତକ ଆକ୍ରମଣ ଘଟିଥିଲା । ହାତରେ ପ୍ଲାକାର୍ଡ ଓ ଦଳୀୟ ପତାକା ଧରି ଟିଏମସି ସମର୍ଥକ ନଡ୍ଡାଙ୍କ ସହିତ ଯାଉଥିବା ସମର୍ଥକଙ୍କ ଗାଡି ଉପରକୁ ଢେଲାମାଡ କରିଥିଲେ । ଏଥିରେ ଅଳ୍ପକେ ବର୍ତି ଯାଇଥିଲେ ଜେପି ନଡ୍ଡା ।

ସେପଟେ କିନ୍ତୁ ଆକ୍ରମଣରେ ଦଳର ଛାମୁଆ ନେତା କୈଳାସ ବିଜୟ ବର୍ଗୀୟଙ୍କ ହାତ ଭାଙ୍ଗି ଯାଇଛି । ଅନେକ ବିଜେପି କର୍ମକର୍ତା ଆହତ ହୋଇଛନ୍ତି । ଅନେକ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଘଟଣାରେ କେନ୍ଦ୍ର ସରକାର ଆଇନ ଶୃଂଖଳା ସ୍ଥିତି ନେଇ ରିପୋର୍ଟ ମାଗିଛନ୍ତି । ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବ ଏନେଇ ରିପୋର୍ଟ ଦେବେ । ଗତକାଲି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଲୋକସଭା କ୍ଷେତ୍ରରେ ଏପରି ଆକ୍ରମଣ ଘଟିଥିଲା । ଯାହାକୁ ନେଇ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ସିଧାସଳଖ ପଶ୍ଚିମବଙ୍ଗ ପୋଲିସ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଚିହ୍ନ ଉଠାଇଥିଲେ ।