ଜୋ ବିଡେନ‌ ଓ କମଲା ହାରିସ୍‌୨୦୨୦ ପର୍ସନ୍‌ ଅଫ୍‌ ଦି ଇୟର ସମ୍ମାନ-shaksi news

ନ୍ୟୁୟର୍କ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର ୨୦୨୦ ‘ ଭାବରେ ଚୟନ କରିଛନ୍ତି ଲୋକପ୍ରିୟ ଟାଇମ ପତ୍ରିକା । ପତ୍ରିକାର ସମ୍ପାଦକ ଏନେଇ କହିଛନ୍ତି ଯେ,ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରି ଦୁନିଆକୁ ଦେଖାଇଛନ୍ତି ଯେ, ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ।

ତେବେ ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ୟ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର ଟାଇମର ସମ୍ପାଦକ କହିଛନ୍ତି । ଟାଇମର ପର୍ସନ୍ ଅଫ୍ ଦି ଇୟର ପାଇଁ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଡକ୍ଟର ଆନ୍ଥୋନୀ ଫାଉସି ପାଇଛନ୍ତି । ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍ ଅଫ୍ ଦି ଇୟର ଭାବରେ ଚୟନ କରିଛି ।

ସେହିପରି କରୋନା କାଳରେ ଲୋକପ୍ରିୟ ହୋଇଥିବା ଜୁମ୍‌ ଆପ୍‌ର ସିଇଓଙ୍କୁ ମଧ୍ୟ ଟାଇମ୍‌ ବିଜିନେସପର୍ସନ୍‌ ଅଫ୍‌ ଦ ଇଅର ଭାବେ ନିର୍ବାଚିତ କରିଛନ୍ତି । କରୋନା ମହାମାରୀ ସମୟରେ ଅଫିସ୍ କେବଳ ଜୁମ୍ ମାଧ୍ୟମରେ କାମ କରିନଥିଲା, ପରିବାର ମଧ୍ୟ ପରସ୍ପର ସହ ସଂଯୁକ୍ତ ରହିବାକୁ ସକ୍ଷମ ହୋଇଥିଲେ।

୧୯୨୭ ମସିହାରୁ ଆରମ୍ଭ ହୋଇଥିବା ଏହି ଆଓ୍ବାର୍ଡ ପ୍ରତିବର୍ଷ ପ୍ରଦାନ କରାଯାଇଥିଲା । ତେବେ ଏହା ପୂର୍ବରୁ ସ୍ପେସିଆଲୀ ଇନ୍‌ଫ୍ଲୁଏନ୍ସ ପର୍ସନ ଅଫ୍‌ ଦ ଇଅର ରୂପେ ରହିଥିଲା ।