ଦନ୍ତେୱାଡ଼ା ଯିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ରାୟପୁର: ଛତିଶଗଡ଼ ଦନ୍ତେୱାଡାରେ ଘଟିଥିବା ନକ୍ସଲ ଆକ୍ରମଣ ଘଟଣା ମସସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ଭିତରେ ଯାହା ଖବର ମିଳିଛି, ଆଜି ଦନ୍ତେୱାଡ଼ା ଯିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ନକ୍ସଲ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବେ ବାଘେଲ । ଘଟଣାସ୍ଥଳରେ ସ୍ଥିତି ଦେଖିବା ସହ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ହେଲା ହମଲା, କେଉଁଠି ରହିଲା ତାର ସମୀକ୍ଷା କରିବେ । ଏହି ସମୟରେ ଛତିଶଗଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଯବାନଙ୍କ ପକ୍ଷରୁ ଶୀର୍ଷ ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

ଗତକାଲି ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ୧୦ ଯବାନ । ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍ଛତ୍ର ହୋଇଯାଇଥିଲା । ଅରନପୁର ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ପାଇ ଡିଆରଜି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏହି ଖବର ମାଓବାଦୀ ଶିବିରରେ ପହଞ୍ଚି ଯାଇଥିଲା। ତେଣୁ ଆକ୍ରମଣ ପାଇଁ ଯୋଜନା କରି ଫେରିବା ବାଟରେ ଆମ୍ବୁସ୍ ଲଗାଇ ରହିଥିଲେ। ଗାଡ଼ି ଭଡ଼ା କରି ଯବାନମାନେ ଫେରିବା ସମୟରେ ଅରନପୁର-ସମେଲି ରାସ୍ତାରେ ମାଓବାଦୀ ବଡ଼ଧରଣର ବିସ୍ଫୋରଣ କରିଥିଲେ ।