ନିଲାମ ହୋଇଗଲା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କ୍ୟାପିଟାଲ

ନୂଆଦିଲ୍ଲୀ: ଖସୁଛି ଅନୀଲ ଅମ୍ବାନୀଙ୍କ ସାମ୍ରାଜ୍ୟ । ଏହାରି ଭିତରେ ସବୁଠାରୁ ଅଧିକ ଋଣଭାରରେ ଥିବା ରିଲିଆନ୍ସ ଗ୍ରୁପର ରିଲିଆନ୍ସ କ୍ୟାପିଟାଲ ନିଲାମ ହୋଇଯାଇଛି । ଏକ ରିପୋର୍ଟରେ ଦାବି କରାଯାଇଛି କି, ଏହି କମ୍ପାନୀକୁ ଏବେ ହିନ୍ଦୁଜା ଗ୍ରୁପ କିଣି ନେଇଛି । ଦ୍ୱିତୀୟ ପର୍ୟ୍ୟାୟ ନିଲାମ ବେଳେ ହିନ୍ଦୁଜା ଗ୍ରୁପ ଏହାକୁ ୯୬୫୦ କୋଟି ଟଙ୍କାରେ କିଣିଥିବା କଥା କୁହାଯାଉଛି ।

ରିପୋର୍ଟ ଅନୁଯାଇ ହିନ୍ଦୁଜା ଗ୍ରୁପର କମ୍ପାନୀ ଇଣ୍ଡସଇଣ୍ଡ ଇଣ୍ଟରନ୍ୟାସନାଲ ହୋଲଡିଙ୍ଗସ୍ ରିଲିଆନ୍ସ କ୍ୟାପିଟାଲ କୁ କିଣିବାକୁ ୯୬୫୦ କୋଟି ଟଙ୍କା ପୈଠ କରିଛନ୍ତି । ହିନ୍ଦୁଜା ବ୍ୟତୀତ ଏହି କମ୍ପାନୀକୁ କିଣିବା ପାଇଁ ଟୋରେଣ୍ଟ ଇନଭେଷ୍ଟମେଣ୍ଟ ଓ ଓକଟ୍ରି କ୍ୟାପିଟାଲ ଭଳି କମ୍ପାନୀ ନିଲାମ ଡାକିଥିଲେ ।