ଭାରତ ଜଙ୍ଗଲରେ ଦୌଡିବେ ଚିତା ବାଘ, ନାମିବିୟାରୁ ଆସୁଛନ୍ତି ଭାରତ

କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆଫ୍ରିକାର ନାମିବ୍ୟାରୁ …

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଚିତା ପ୍ରକଳ୍ପ ପାଇଁ ଆଫ୍ରିକାର ନାମିବ୍ୟାରୁ ୮ଟି ଚିତା ବାଘ ଆସିବ । ଏଥିପାଇଁ ନାମିବ୍ୟାରେ ଚିତା ବାଘଙ୍କୁ ନେଇ ଆସିବାକୁ ଥିବା ବିମାନର ଫଟୋ ସେୟାର କରିଛନ୍ତି ଭାରତୀୟ ହାଇ କମିସନ । ବିମାନର ଚିତା ବାଘର ମୁହଁ ଚିତ୍ରିତ କରାଯାଇଥିବା ଦେଖିବାକୁ ମିଳିଛି । ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ଚିତା ବାଘଙ୍କୁ ଭାରତ ଅଣାଯିବ । ଚିତାଙ୍କୁ ନାମିବ୍ୟାରୁ ଆଣିବା ବାଟରେ କୌଣସି ଖାଦ୍ୟ ଦିଆଯିବ ନାହିଁ । ସ୍ଥାନରେ ବିମାନ ଇନ୍ଧନ ଭର୍ତି କରିବାକୁ ଅଟକିବ ନାହିଁ ।

ନାମିବ୍ୟାରୁ ଆସିବାକୁ ଥିବା ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ଆସନ୍ତା ୧୭ ତାରିଖରେ ସକାଳ ୬ଟାରୁ ୭ଟା ଭିତରେ ରାଜସ୍ଥାନ ଇିମାନ ବନ୍ଦରରେ ପହଂଚିବ । ଏହାପରେ ହେଲିକପ୍ଟର ଯୋଗେ ୮ଟି ଚିତାକୁ ମଧ୍ୟପ୍ରଦେଶ କୁନୋ ପାଲପୁର ଅଭୟାରଣ୍ୟକୁ ଅଣାଯିବ । ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମ ଦିନରେ କୁନୋ ପାଲପୁର ଅଭୟାରଣୟରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ୮ଟି ଚିତା ବାଘକୁ ଛାଡି ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ ।