କେଉଁ ତାରିଖରୁ ଆରମ୍ଭ ନବରାତ୍ରି? ଘଟସ୍ଥାପନା ପାଇଁ ଶୁଭ ସମୟ

ହିନ୍ଦୁଧର୍ମରେ ଦଶଭୁଜା ମା’ ଦୁର୍ଗାଙ୍କର ନବରାତ୍ରିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଅବସରରେ ମା’ ଦୁର୍ଗାଙ୍କୁ ନ’ ଦିନ ପାଇଁ ପୂଜାର୍ଚ୍ଚନା ଓ ଆରାଧନା କରାଯାଏ । ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ଘରେ ଅଖଣ୍ଡ ଦୀପ ଲାଗି କରାଯାଏ । ବିଧି ମୁତାବକ ପୂଜା କରାଯାଏ । ନବରାତ୍ରି ଆରାଧନା କହିଲେ ନଅ ଦିନରେ ମା’ଙ୍କର ଭିନ୍ନଭିନ୍ନ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଥାଏ । ଚଳିତ ବର୍ଷ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖ ସୋମବାରଠାରୁ ଆରମ୍ଭ ହେଉଛି । ନବରାତ୍ରି ଆରମ୍ଭର ପ୍ରଥମ ଦିନ ଘରେ ଘଟସ୍ଥାପନା କରାଯାଏ ।
ଘଟସ୍ଥାପନା ବିଧି ଓ ଶୁଭ ସମୟ କ’ଣ?

ଘଟ ଅର୍ଥାତ୍‌ ମାଟିର ଘଡ଼ି । ନବରାତ୍ରିର ପ୍ରଥମ ଦିନ ଶୁଭ ସମୟ ଦେଖି ଘଟ ସ୍ଥାପନା କରାଯାଏ । ଘରର ଐଶାନ୍ୟ କୋଣକୁ ଭଲ ଭାବରେ ପରିଷ୍କାର କରାଯିବା ପରେ ଗଙ୍ଗାଜଳ ପକାଇ ସେହି ସ୍ଥାନକୁ ଶୁଦ୍ଧ କରାଯାଏ । ତା’ପରେ ଗୋଟିଏ ଚୌକି ଉପରେ ଲାଲ କପଡ଼ା ବିଛାଇ ଦିଆଯାଏ । ତା’ ଉପରେ ମା’ ଦୁର୍ଗାଙ୍କର ପ୍ରତିମା ଅବା ଛବି ସ୍ଥାପନ କରାଯାଏ । ଏକ ତମ୍ବା କଳସରେ ପାଣି ଭରି ସେଥିରେ ମୁଦ୍ରା, ଅକ୍ଷତ, ଦୁଇଟି ଲବଙ୍ଗ, ଗୋଟା ଗୁଆ, ଦୁବଘାସ ପକାଇ ଦିଆଯାଏ । ସାରିବା ପରେ ଉପରି ଭାଗକୁ ଲାଲ କପଡ଼ାରେ ବାନ୍ଧି ଦିଆଯାଏ । କଳସ ଉପରେ ଆମ୍ବପତ୍ର ରଖି ଦିଆଯାଏ । କଳସ ଉପରେ ଗୋଟିଏ ନଡ଼ିଆକୁ ଲାଲ କପଡ଼ାରେ ଗୁଡ଼ାଇ ରଖି ଦିଆଯାଏ । କଳସ ନିକଟରେ ମିଠାଇ, ବିଭିନ୍ନ ଫଳ ଓ ପ୍ରସାଦକୁ ଯତ୍ନର ସହ ରଖାଯାଏ । କଳସ ସ୍ଥାପନା କରିବା ପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଏ ।
ନବରାତ୍ରି ଘଟସ୍ଥାପନା ମହୁରତ
ଆଶ୍ୱିନ ପ୍ରତିପଦା ସୋମବାର, ସେପ୍ଟେମ୍ବର ୨୬, ୨୦୨୨
ଘଟସ୍ଥାପନା ମହୁରତ: ସକାଳ ୬ଟା ୨୮ ମିନିଟ୍‌ରୁ ୮ଟା ୦୧ ମିନିଟ୍‌ ପର୍ଯ୍ୟନ୍ତ
ଅବଧି: ୧ ଘଂଟା ୩୩ ମିନିଟ୍‌
ଘଟସ୍ଥାପନା ଅଭିଜିତ ମୁହୂର୍ତ: ରାତି ୧୨ଟା ୦୬ ମିନିଟ୍‌ରୁ ୧୨ଟା ୫୪ ମିନିଟ୍‌ ପର୍ଯ୍ୟନ୍ତ
ନବରାତ୍ରି ପାଇଁ ଶୁଭ ଯୋଗ :
ଆଶ୍ୱିନ ନବରାତ୍ରି ସୋମବାର, ସେପ୍ଟେମ୍ବର ୨୬, ୨୦୨୨
ପ୍ରତିପଦା ତିଥି ଆରମ୍ଭ: ସେପ୍ଟେମ୍ବର ୨୬, ୨୦୨୨ ସକାଳ ୩ଟା ୨୩ ମିନିଟ୍‌ରୁ ଆରମ୍ଭ
ପ୍ରତିପଦା ତିଥି ସମାପ୍ତ: ସେପ୍ଟେମ୍ବର ୨୭, ୨୦୨୨ ସକାଳ ୩ଟା ୦୮ ମିନିଟ୍‌ରେ ଶେଷ
ନବରାତ୍ରି ଘଟସ୍ଥାପନା ସାମଗ୍ରୀ:
ହଳଦୀ, କୁଙ୍କୁମ, କପୁର, ପଇତା, ଧୂପବତୀ, ନିରାଂଜନ, ଆମ୍ବଡ଼ାଳ, ପୂଜା ପାନ, ହାର-ଫୁଲ, ପଂଚାମୃତ, ଗୁଡ଼ ଖୋପରା, ଖାରିକ, ବାଦାମ, ଗୁଆ, ମୁଦ୍ରା, ନଡ଼ିଆ, ପାଂଚ ପ୍ରକାର ଫୁଲ, ଚୌକିପାଟ, କୁଶାସନ, ନୈବେଦ୍ୟ ଆଦି
ନବରାତ୍ରି ତିଥି:
ପ୍ରତିପଦା (ମା’ ଶୈଳପୁତ୍ରୀ): ୨୬ ସେପ୍ଟେମ୍ବର ୨୦୨୨
ଦ୍ୱିତୀୟା (ମା’ ବ୍ରହ୍ମଚାରିଣୀ): ୨୭ ସେପ୍ଟେମ୍ବର ୨୦୨୨
ତୃତୀୟା (ମା’ ଚନ୍ଦ୍ରଘଂଟା): ୨୮ ସେପ୍ଟେମ୍ବର ୨୦୨୨
ଚତୁର୍ଥୀ (ମା’ କୁଷ୍ମାଣ୍ଡା): ୨୯ ସେପ୍ଟେମ୍ବର ୨୦୨୨
ପଂଚମୀ (ମା’ ସ୍କନ୍ଦମାତା): ୩୦ ସେପ୍ଟେମ୍ବର ୨୦୨୨
ଷଷ୍ଠୀ (ମା’ କାତ୍ୟାୟିନୀ): ୦୧ ଅକ୍ଟୋବର ୨୦୨୨
ସପ୍ତମୀ (ମା’ କାଳରାତ୍ରି): ୦୨ ଅକ୍ଟୋବର ୨୦୨୨
ଅଷ୍ଟମୀ (ମା’ ମହାଗୌରୀ): ୦୩ ଅକ୍ଟୋବର ୨୦୨୨
ନବମୀ (ମା’ ସିଦ୍ଧଦାତ୍ରୀ): ୦୪ ଅକ୍ଟୋବର ୨୦୨୨
ଦଶମୀ (ମା’ ଦୁର୍ଗାପ୍ରତିମା ବିସର୍ଜନ): ୫ ଅକ୍ଟୋବର ୨୦୨୨