ସୁଡଙ୍ଗରେ ଜଳ ପାଣି ୧୩ ମୃତ

ସାଂଘାଇ: ଚୀନ୍‌ର ଗୁଆଙ୍ଗ୍‌ଡୋଙ୍ଗ ପ୍ରଦେଶ ଅନ୍ତର୍ଗତ ଝୁଆଇ ସହରରେ ଥିବା ଏକ ସୁଡଙ୍ଗରେ ଜଳ ପ୍ରବେଶ କରିବାରୁ ସେଠାରେ କାର୍ଯ୍ୟରତ ୧୩ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହାସହ ୧୦ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କର ପତ୍ତା ମିଳୁନଥିବା କୁହାଯାଇଛି । ଜଳଭଣ୍ଡାର ତଳେ ନିର୍ମିତ ହେଉଥିବା ଏହି ସୁଡଙ୍ଗ ମଧ୍ୟରେ କାର୍ଯ୍ୟ ଚାଲିଥିବାବେଳେ ହଠାତ ପାଣି ଲିକ କରିଥିଲା । ଫଳରେ ପ୍ରବେଶ ଦ୍ୱାରଠାରୁ ପ୍ରାୟ ଏକ କିମି ଦୂରରେ କାର୍ଯ୍ୟରତ ୧୪ ଜଣ ଶ୍ରମିକ ପାଣିରେ ଫସିଯାଇଥିଲେ ।