ତାଇୱାନର ୬ଟି ଗୁରୁତ୍ୱପୂର୍ଣ୍ଣ ବନ୍ଦରକୁ ଟାର୍ଗେଟ କରିଛି ଚୀନ!

ତାଇୱାନ ଅଭିଯୋଗ ଆଣିଛି ଯେ, ଚୀନ ଜଳସନ୍ଧୀର ଉଲ୍ଲଂଘନ କରିଛି….

ନୂଆଦିଲ୍ଲୀ : ଚୀନ-ତାଇୱାନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଜାରି ରହିଛି । ତାଇୱାନକୁ ଚୀନ ଚାରିପଟରୁ ଘେରି ସାରିଛି ଓ ୬ଟି ଗୁରୁତ୍ୱପୂର୍ଣ୍ଣ ବନ୍ଦରକୁ ଟାର୍ଗେଟ କରିଛି । ଚୀନ ତାଇୱାନକୁ ଧମକାଇଛି ଓ ଡରାଇବାକୁ ଉଦ୍ୟମ କରିଛି, ଏଥିରୁ ସ୍ପଷ୍ଟ ଭାବେ ଦେଖାଯାଇପାରିବ ଯେ, ଚୀନ କ’ଣ କରିପାରିବ । କିନ୍ତୁ ତାଇୱାନ ମଧ୍ୟ ଚୀନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଅନ୍ୟପଟରେ ଆମେରିକା ମଧ୍ୟ ଏହି ଘଟଣା ଉପରେ ନଜର ରଖିଛି । ତାଇୱାନ ଅଭିଯୋଗ ଆଣିଛି ଯେ, ଚୀନ ଜଳସନ୍ଧୀର ଉଲ୍ଲଂଘନ କରିଛି । ଏଭଳି କାମ କରି ଚୀନ ମାହୋଲ ବିଗାଡୁଛି ।

ସୂଚନାଯୋଗ୍ୟ, ତାଇୱାନକୁ ଡରାଇବା ପାଇଁ ଚୀନ ମିସାଇଲ ମାଡ କରିବା ସହିତ ୧୦୦ ଲଢୁଆ ବିମାନ ଉଡାଇଥିଲା । ଅର୍ଥାତ ଚୀନ ଏକ ବଡଧରଣର ସେନା ଅଭ୍ୟାସ କରିବ । କିନ୍ତୁ ତାଇୱାନ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଚୀନ ଆଗରେ ସହଜରେ ଆତ୍ମସମର୍ପଣ କରିବା ଭଳି ସ୍ଥିତିରେ ନାହିଁ । ନିଜ ଦେଶକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ କରିଛି ।