ମସଜିଦରେ ଭୟଙ୍କର ବିସ୍ଫୋରଣ: ୮ ମୃତ

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ୨ଟି ବଡଧରଣର ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ହଜାରା ମସଜିଦ ଉପରେ ହୋଇଛି । ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇଏସ ନିଜକୁ ଦାୟୀ କରିଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି ।

କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟରେ ଇସଲାମିକ ଷ୍ଟେଟ୍‌ ନିଜର ବୟାନରେ କହିଛି ଯେ, ୨୦ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଛି ।