ଆମେରିକାରେ ପାଦ ଦେଲା ଚୀନ ଶ୍ୱାସରୋଗ

ଚୀନରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାତ୍ରା କରିଛି ରହସ୍ୟମୟୀ ଶ୍ୱାସରୋଗ । ବିଗତ କିଛିଦିନ ଭିତରେ ଚୀନରେ ମାତିଛି ରହସ୍ୟମୟୀ ଶ୍ୱାସରୋଗ । ଉକ୍ତ ଶ୍ୱାସରୋଗରେ ଏ ଯାବତ୍‌ ଜଣେ ହେଲେ ବୟସ୍କ ପୁରୁଷ ଅବା ମହିଳା, ଯୁବକ ଅବା ଯୁବତୀ ସଂକ୍ରମିତ ହୋଇନାହାନ୍ତି ।

ଚୀନରେ ଅଧିକାଂଶ ଛୋଟ ପିଲାମାନଙ୍କୁ ଅଚାନକ ମାରାତ୍ମକ ଶ୍ୱାସରୋଗ ସଂକ୍ରମଣ କରୁଛି । ଏବେ ଉକ୍ତ ରୋଗ ଯାଇ ଯୁକ୍ତରାଷ୍ଟ୍ର ଆମେରିକାରେ କିଛି ଛୋଟ ପିଲାଙ୍କୁ ସଂକ୍ରମଣ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଉଭୟ ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମିତ ପିଲାଙ୍କ ଡାକ୍ତରୀ ରିପୋର୍ଟକୁ ଅଧ୍ୟୟନ କରୁଛି । ଉକ୍ତ ରହସ୍ୟମୟୀ ଶ୍ୱାସରୋଗ ପ୍ରଭାବରେ ପିଲାମାନଙ୍କ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବା ସହ ଜ୍ୱର ଓ କାଶ ହେଉଛି । ସାଧାରଣ ଔଷଧ କାମ କରୁନି । ପ୍ରଥମେ ପ୍ରଥମେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉକ୍ତ ଶ୍ୱାସରୋଗକୁ ମାମୁଲି ଭାବୁଥିଲେ । କିନ୍ତୁ ସଂପୃକ୍ତ ଶ୍ୱାସରୋଗ କ୍ରମେ ନିମୋନିଆ ଆଡକୁ ଗତି କରୁଥିବାରୁ ହୁ ଚିନ୍ତାପ୍ରକଟ କରିଛି ।

ଅନ୍ୟ ଦେଶର ସ୍ୱାସ୍ଥ୍ୟ ଗବେଷକମାନେ ସଂପୃକ୍ତ ଭୂତାଣୁକୁ ଅଧ୍ୟୟନ କରିବା ଦରକାର ବୋଲି ହୁ ପରାମର୍ଶ ଦେଇଛି । ହୁ ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଏତିକିବେଳୁ ସାରାବିଶ୍ୱର ସ୍ୱାସ୍ଥ୍ୟ ଗବେଷକମାନେ ରହସ୍ୟମୟୀ ଭୂତାଣୁକୁ ଚିହ୍ନଟ କରି ନପାରିଲେ । ସାରାବିଶ୍ୱକୁ କରୋନା ଦଶା ଭୋଗିବାକୁ ପଡିବ ।