ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ମୋଦୀ ସରକାର ଘାଇଲା

‘କୋଉ ଆଇନ୍‌ ବଳରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳକୁ ବୃଦ୍ଧି କଲ?’ ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । କୋଉ ଜବାବ ଦେଇ ସୁପ୍ରିମକୋର୍ଟଙ୍କୁ ସନ୍ତୁଷ୍ଟ କରିବେ; ତାକୁ କେନ୍ଦ୍ର କରି କେନ୍ଦ୍ର କ୍ୟାବିନେଟ୍‌ ଚିନ୍ତାରେ ପଡ଼ିଯାଇଛି ।

ଯୋଉ ଉଚ୍ଚ ସରକାରୀ ପଦାଧିକାରୀଙ୍କର ଚାକିରିରୁ ଅବସର ନେବା ସମୟ ପାଖେଇ ଆସିଲାଣି; ସେମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ମନରେ ଏତେ ମମତା ଭରିଯାଉଛି କାହିଁକି? ସେହି ଅଧିକାରୀଙ୍କ ଚାକିରି କାଳକୁ ପୁଣି ବଢ଼ାଇ ଦିଆଯିବ କୋଉ ସ୍ୱାର୍ଥରେ?

ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ ଅବସର ନେବାକୁ ଥିବା ଅଧିକାରୀଙ୍କ ପାଖରେ ଏପରି କେଉଁ ବିଶେଷ ଗୁଣ ରହିଛି ଯାହା କେନ୍ଦ୍ର ସରକାରଙ୍କ ମନକୁ ମୋହି ନେଉଛି।

ଜଣାଇ ଦେଉଛୁ କି, ନଭେମ୍ବର ୩୦ ତାରିଖରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଚାକିରିରୁ ଅବସର ଗ୍ରହଣ କରିବାର ଥିଲା । କିନ୍ତୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆହୁରି କିଛିମାସ ବଢ଼ାଇବାକୁ ମନସ୍ଥ କରିଛନ୍ତି ।