ପେଙ୍ଗୋଙ୍ଗ ହ୍ରଦରେ ଚୀନର ପୋଲ ନିର୍ମାଣ

ପୂର୍ବ ଲଦାଖର ବିବାଦିତ ପେଙ୍ଗୋଙ୍ଗ ହ୍ରଦରେ ଚୀନ ଦ୍ୱିତୀୟ ପୋଲର ନିର୍ମାଣ…

ନୂଆଦିଲ୍ଲୀ: ପୂର୍ବ ଲଦାଖର ବିବାଦିତ ପେଙ୍ଗୋଙ୍ଗ ହ୍ରଦରେ ଚୀନ ଦ୍ୱିତୀୟ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛି । ଏହି ପୋଲର ନିର୍ମାଣ ବି ପୂର୍ବ ପୋଲ ପରି ଚୀନ ଅଧିକୃତ ହ୍ରଦରେ କରିଛି । କିନ୍ତୁ ଉକ୍ତ ପୋଲଟି ଭାରତ ପାଖରେ ଥିବା ଏଲଏସିର ଖୁବ୍‌ ନିକଟତର ହୋଇଥିବାରୁ ଏହା ଚିନ୍ତା ବଢାଇଛି । ଅନ୍ୟପଟେ ଚୀନ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଦ୍ୱିତୀୟ ପୋଲକୁ ନେଇ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଚୀନର ପୀଏଲଏ ସେନା ଯା’ଆସ ପାଇଁ ଭିନ୍ନ ଭିନ୍ନ ପୋଲ ନିର୍ମାଣ କରୁଥିବା ଅନୁମାନ କରାଯାଉଛି ।