ଆଇଜରଠାରେ ବିଭିନ୍ନ ସୁବିଧାର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

Dharmendra Pradhan inaugurated various facilities in Eiger…

ପୁଣେ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣେ ସ୍ଥିତ ଭାରତୀୟ ବିଜ୍ଞାନ ଏବଂ ଗବେଷଣା ସଂସ୍ଥା(ଆଇଜର)ର ‘ଡିପାର୍ଟମେଣ୍ଟ ଅଫ ଡାଟା ସାଇନ୍ସର ଶିଳାନ୍ୟାସ କରିବା ସହ ‘ନ୍ୟାସନାଲ ଫ୍ୟାସିଲିଟି ଫର ଜିନ ଫାଉଣ୍ଡେସନ ଇନ ହେଲଥ ଏଣ୍ଡ ଡିଜିଜର ଉଦଘାଟନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି ଅତ୍ୟାଧୁନିକ ସୁବିଧା ଗବେଷଣା ସହ ନବସୃଜନକୁ ବ୍ୟାପକ କରିବ । ଜୈବିକ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ପାଥୋଜେନକୁ ବୁଝିବାରେ ସହାୟକ ହେବ । ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତନ ଆଣିବ । ଆଇଜର ପୁଣେରେ ଶିଳାନ୍ୟାସ ହୋଇଥିବା ଡ଼ାଟା ସାଇନ୍ସ ବିଜ୍ଞାନ ପ୍ରତିଷ୍ଠା ହେବା ଦ୍ୱାରା କ୍ୟାମ୍ପସ ପରିସରରେ ଥିବା ପରମ ବ୍ରହ୍ମ ସୁପର କମ୍ପ୍ୟୁଟରର ବ୍ୟବହାରକୁ ବ୍ୟାପକ କରିବ ।

ଏହି ବିଭାଗ ଭାରତର ଭବିଷ୍ୟତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବ । ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ମେଡିକାଲ ଶିକ୍ଷା ପାଇଁ ସହାୟକ ହେବ । ଏହି ନୂତନ ସୁବିଧା ଆଇଜରରେ ଥିବା ୧୦ଟି ଗବେଷଣା ଗ୍ରୁପ ଦ୍ୱାରା ବ୍ୟବହାର ହେବ ।