ଅରୁଣାଚଳ ପ୍ରଦେଶ ପ୍ରତି ଚୀନ ପଦକ୍ଷେପକୁ ନାପସନ୍ଦ

ୱାଶିଂଟନ: ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ ତା’ ସାମ୍ରାଜ୍ୟର ଅଂଶବିଶେଷ ଭାବେ ମାନଚିତ୍ରରେ ସ୍ଥାନ ଦେଇଥିବାରୁ ଭାରତ ତା’ର ତୀବ୍ର ପ୍ରତିବାଦ କରିଛି । ଭାରତର ଯୁକ୍ତି ଓ ପ୍ରତିବାଦକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ କରିଛି । ଯୁକ୍ତରାଷ୍ଟ୍ର ଆମେରିକା କହିଛି, ଅରୁଣାଚଳ ପ୍ରଦେଶ ଭାରତର ଗୋଟିଏ ରାଜ୍ୟ । ତାକୁ ମାନଚିତ୍ରରେ ସ୍ଥାନ ଦେବା ଚୀନ ପକ୍ଷେ ଆଦୌ ଉଚିତ ହୋଇନାହିଁ ।

ଚୀନ ମତରେ ଅରୁଣାଚଳ ପ୍ରଦେଶ ତିବେତ୍‌ ସୀମା ପରିସରଭୁକ୍ତ । ଚୀନ ତିବେତ୍‌କୁ ଜବର ଦଖଲ କରି ତା’ର ନାମକୁ ଜିଜାଙ୍ଗ ରଖିଛି । ତିବେତ୍‌ ଅଂଶବିଶେଷ ଦାବି କରି ଚୀନ ଅରୁଣାଚଳ ପ୍ରଦେଶକୁ ତା’ର ମାନଚିତ୍ରରେ ସ୍ଥାନ ଦେଇଛି ଯାହା ସଂପୂର୍ଣ୍ଣ ବେଆଇନ ।