ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ୱ ଛାଡ଼ିଲେ ଧୋନୀ

ରୁତୁରାଜ ଗାଏକ୍ୱାଡଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ପଦବୀରୁ ମହେନ୍ଦ୍ର ସିଂ ଧୋନୀ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଅଧିନାୟକ ଭଳି ଗୁରୁଦାୟିତ୍ୱ ତୁଲାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ।

୨୦୧୯ରୁ ରୁତୁରାଜ ଚେନ୍ନାଇ ସୁପର କିଙ୍ଗ୍‌ସରେ ଖେଳି ଆସୁଛନ୍ତି । ଏ ଯାବତ୍‌ ସେ ଚେନ୍ନାଇ ପକ୍ଷରୁ ୫୨ଟି ମ୍ୟାଚ୍‌ ଖେଳି ସାରିଛନ୍ତି । ଆଗାମୀ ଆଇପିଏଲ ମହା ମୁକାବିଲାରେ ତାଙ୍କଠାରୁ ଚେନ୍ନାଇ ସୁପର କିଙ୍ଗ୍‌ସ ବହୁତ କିଛି ଆଶା କରୁଛି ।

ରୁତୁରାଜଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ପୁଣେ ଟିମକୁ ଭେଟିବ ।