ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା

ଜାମ୍ମୁ-କାଶ୍ମୀରର ବାନ୍ଦୀପୋରାର ବରାଡ ଅଞ୍ଚଳରେ ସୁରକ୍ଷାବଳର ଗୁଳିରେ ଜଣେ ଆତଙ୍କବାଦୀ ନିହତ…

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ବାନ୍ଦୀପୋରାର ବରାଡ ଅଞ୍ଚଳରେ ସୁରକ୍ଷାବଳର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳିଥିଲା । ପରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୁରକ୍ଷାବଳ ଉପରେ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିବା ପରେ ତାହା ପରେ ସଂଘର୍ଷରେ ପରିଣତ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ଜଣେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ । ବଡଗାମସ୍ଥିତ ଚାଡୁରା ତହସିଲ ଅଫିସରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି ମାରି ଆହତ କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ଶ୍ରୀନଗରସ୍ଥିତ ଏସଏମଏଚଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।