ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବା ନିଷ୍ପତ୍ତିକୁ କୃଷକ ସଂଗଠନର ବିରୋଧ

ଭୁବନେଶ୍ବର(ଏସ୍ ନ୍ୟୁଜ): ସୁପ୍ରିମକୋର୍ଟ ଆଜି ଏହି ଆଇନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ କୃଷି ଅର୍ଥନିତିଜ୍ଞ ଡ. ଅଶୋକ ଗୁଲାଟି, ଭାରତ କିଷାନ ୟୁନିୟନ ସଭାପତି ଡ.ଜିତେନ୍ଦ୍ର ସିଂ ମାନ, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ଡ. ପ୍ରମୋଦ ଯୋଶୀ ଓ ମହାରାଷ୍ଟ୍ର ଶିବକେରୀ ସଂଗଠନର ସଦସ୍ୟ ଅନୀଲ ଧନବତ୍ । ତେବେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କମିଟି ଗଠନ କରିବାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି କୃଷକ ସଂଗଠନ।ଏବଂ୨୬ରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଚାଷୀଙ୍କ ଜିଦ
କୃଷକ ନେତା ରାକେଶ ଟିକେତ ଟୁଇଟ କରି କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ସମସ୍ତ ସଦସ୍ୟ ଖୋଲା ବଜାର ବ୍ୟବସ୍ଥା କିମ୍ବା ଆଇନର ସମର୍ଥକ ଅଟନ୍ତି। ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇନ ଆଣିବାକୁ ସୁପାରିଶ କରିଥିଲା। ସବୁ ଜାଣି ମଧ୍ୟ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିବାରୁ ଦେଶର କୃଷକ ନିରାଶ ହୋଇଛନ୍ତି। ଚାଷୀଙ୍କ ଦାବି ହେଉଛି ଆଇନକୁ ରଦ୍ଦ କରିବା। ଏହି ଚାହିଦା ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।