୨୫ ବର୍ଷ ପରେ ପୁଣି ଆରମ୍ଭ ହେଲା ପୁଣି ଟ୍ୟାଗିଂ

ବ୍ରହ୍ମପୁର(ଏସ୍ ନ୍ୟୁଜ):: ଅଲିଭ ରିଡଲେଙ୍କ ଗତିବିଧି ଉପରେ ନଜର ରଖାଯାଇଚି। ସମୁଦ୍ର ଭିତରେ ଅଲିଭ ରିଡଲେ କ’ଣ କରୁଛନ୍ତି, ଏବାବଦରେ ଜଣାପଡ଼ିବ। ବିଗତ ୨୫ ବର୍ଷ ପୂର୍ବରୁ ୧୯୯୪-୯୬ ମସିହାରେ ୮ ହଜାର ଅଲିଭ ରିଡଲେଙ୍କ ଦେହରେ ଟ୍ୟାଗ ଲଗାଯାଇଥିଲା। ଅଲିଭ ରି‌ଡଲେଙ୍କ ଦେହରେ ଜିପିଆରଏସ୍‌ ଲଗାଯାଉଛି। ଚଳିତ ଥର ୩୦ ହଜାର ଅଲିଭ ରିଡଲେଙ୍କ ଦେହରେ ଡ୍ୟାଗ ଲଗାଯିବାର ଲକ୍ଷ୍ୟ ରଖାଯାଇଛି।

ଆଜି ଋଷିକୁଲ୍ୟା ମୁହାଣରେ ପୁଣି ଥରେ ବନ ବିଭାଗ ଓ ଜୁଲୋଜିକାଲ ‌ସର୍ଭେ ଅଫ ଇଣ୍ଡିଆର ମିଳିତ କ୍ରମରେ ଏହି କାମ ଆରମ୍ଭ ହୋଇଛି। ପ୍ରଥ‌ମ ଦିନରେ ଆଜି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓ ବନ ବିଭାଗର କର୍ମଚାରୀମାନେ ଏକ ସ୍ବତନ୍ତ୍ର ଡଙ୍ଗାରେ ସମୁଦ୍ର ମଧ୍ୟକୁ ଯାଇ ଜାଲ ମାଧ୍ମମରେ କଇଁଛକୁ ଧରି ଟ୍ୟାଗ ଲଗାଇଥିଲେ। ଆଜି ୬ଟି ଅଲିଭ ରିଡଲେ (୨ଟି ମାଈ ଓ ୪ଟି ଅଣ୍ଡିରା)ଙ୍କର ଦେହରେ ଟ୍ୟାଗ ଲଗାଯାଇଛି।