ଅନ୍ତିମ ଶୁକ୍ରବାର: ସେଇ କାଳଯମ ବଡ଼ ଦାରୁଣ

ଶତାୟୁ ମା’ଙ୍କୁ ଛାଡ଼ି ଚାଲିଗଲେ ପୁଅ

ପୁଅକୁ ଛାଡ଼ି ଚାଲିଗଲେ ଶତାୟୁ ମା’

ନୂଆଦିଲ୍ଲୀ: ୨୦୨୨ ମସିହାର ଅନ୍ତିମ ଶୁକ୍ରବାରଟିକୁ ଭୁଲି ପାରିବନି ଭାରତ । ଦୁଇଟି ସ୍ଥାନର ଦୁଇଟି ଚର୍ଚ୍ଚିତ ମୃତ୍ୟୁ ଘଟଣା ଦୁଇଟି ଦେଶକୁ ଗୋଟିଏ ସୂତ୍ରରେ ଆବଦ୍ଧ କରିଛି । ଗୋଟିଏ ସ୍ଥାନରେ ଶତାୟୁ ମା’ଙ୍କୁ ହରାଇ ପୁଅ ମର୍ମାହତ ହୋଇଥିଲା ବେଳେ ଅନ୍ୟ ଗୋଟିଏ ସ୍ଥାନରେ ପୁଅକୁ ହରାଇ କୋହ ଫଟାଇ କାନ୍ଦୁଛନ୍ତି ଶତାୟୁ ମା’ଃ
ଅହମ୍ମଦାବାଦ ଓ ସାଓ ପାଓଲୋ ମଧ୍ୟରେ ଦୂରତା ପ୍ରାୟ ୧୩,୮୪୮ କିମି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶତାୟୁ ବର୍ଷୀୟା ମା’ ହୀରାବେନ୍‌ ଶୁକ୍ରବାର ଭୋର ପ୍ରାୟ ସାଢେ଼ ତିନିଟାରେ ପରଲୋକ ଗମନ କରିଥିଲା ବେଳେ ସୁଦୂର ସାଓ ପାଓଲୋରେ ଫୁଟବଲ ଦୁନିଆର ବାଦଶାହ ୮୨ ବର୍ଷୀୟ ପେଲେ ଶୁକ୍ରବାର ନିଶାର୍ଦ୍ଧ ପ୍ରାୟ ସାଢେ଼ ଗୋଟାଏରେ ତାଙ୍କର ଶତାୟୁ ବର୍ଷୀୟା ମା’ଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଭାରତ ଉଭୟଙ୍କ ବିୟୋଗରେ ଶୋକ ପାଳନ କରୁଛି ।
କିମ୍ବଦନ୍ତୀ ପୁରୁଷ ପେଲେ ୧୯୭୭ ମସିହାରେ ତାଙ୍କର ଟିମ୍‌ ଧରି ଭାରତ ଆସିଥିଲେ । ପେଲେଙ୍କ ଟିମ୍‌ କୋଲକାତାର ଲୋକପ୍ରିୟ ଫୁଟବଲ କ୍ଲବ ‘ମୋହନ ବାଗାନ’ ବିପକ୍ଷରେ ଖେଳିଥିଲେ ।