ପୁଲିସ ହାତରେ ତୁନିଷା-ଶିଜାନଙ୍କ ପାଟିତୁଣ୍ଡ ଫୁଟେଜ

ନୂଆଦିଲ୍ଲୀ: ‘ଦାସ୍ତାନ-ଇ-କାବୁଲ’ ସେଟ୍‌ରେ ଆତ୍ମହତ୍ୟା କରିବା ପୂର୍ବରୁ ୨୦ ବର୍ଷୀୟା ଅଭିନେତ୍ରୀ ତୁନିଷା ଓ ସହ-ଅଭିନେତା ଶିଜାନଙ୍କ ଭିତରେ ବେଶ କିଛି ସମୟ ଧରି ଯୁକ୍ତିତର୍କ ଚାଲିଥିଲା । ପୁଲିସ ହାତରେ ପଡ଼ିଥିବା ଏକ ଭିଡିଓ ଫୁଟେଜରେ ଦୁହେଁ ପାଟିତୁଣ୍ଡ କରୁଥିବାର ଦୃଶ୍ୟ ମହଜୁଦ ରହିଛି ।
ପାଟିତୁଣ୍ଡ ପରେ ତୁନିଷା ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଶିଜାନ ଏଭଳି କ’ଣ କହିଲେ ଯାହା ତୁନିଷାଙ୍କୁ ମରଣମୁହଁକୁ ବାଟ କଢ଼ାଇଥିଲା; ତାହା ଶିଜାନଙ୍କ ମୁହଁରୁ ଶୁଣିପାରିନି ପୁଲିସ । ଇତିମଧ୍ୟରେ ପୁଲିସ ତୁନିଷାଙ୍କ ମା’, ମାମୁଁ, ମାଇଁଙ୍କୁ ଜେରା କରିସାରିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ପ୍ରାୟ ୨୭ ଜଣଙ୍କ ବୟାନ ଲିପିବଦ୍ଧ କରିସାରିଲାଣି ।