ଗଙ୍ଗାନଦୀରେ ନୌକା ଦୁର୍ଘଟଣା, ୭ ନିଖୋଜ

ବିହାର ରାଜଧାନୀ ପାଟନାରେ ଗଙ୍ଗାନଦୀ ପାର ହେଉଥିବା….

ପାଟନା: ବିହାର ରାଜଧାନୀ ପାଟନାରେ ଗଙ୍ଗାନଦୀ ପାର ହେଉଥିବା ବେଳେ ଗୋଟିଏ ଡଙ୍ଗା ବୁଡ଼ି ଯାଇଛି । ଡଙ୍ଗାରେ ଥିବା ୧୫ ଜଣ ଯାତ୍ରୀଙ୍କ ଭିତରୁ ୭ ଜଣଙ୍କର ଖୋଜଖବର ମିଳୁନି । ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଯାତ୍ରୀଙ୍କୁ ଉଦ୍ଧାର କରିଛି ।
ପାଟନା ଜିଲ୍ଲା ମନେର ନିକଟରେ ପ୍ରବାହିତ ଗଙ୍ଗାନଦୀରେ ୧୫ ଜଣ ଲୋକଙ୍କୁ ଧରି ପାର ହେଉଥିଲା ବେଳେ କୌଣସି କାରଣରୁ ଡଙ୍ଗାଟି ଓଲଡ଼ି ପଡ଼ିଥିଲା । କିଛି ଯାତ୍ରୀ କଷ୍ଟେମଷ୍ଟେ କୂଳରେ ପହଂଚିଛନ୍ତି । ନିଖୋଜଙ୍କ ସନ୍ଧାନରେ ଲାଗିପଡ଼ିଛି ଅଗ୍ନିଶମବାହିନୀ । ଖବର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି ।