ସାନ ଭାଇକୁ ହତ୍ୟା କରିଥିବା ଅଭିଯୁକ୍ତ ଥାନାରୁ ଫେରାର ପୁଲିସ ହରଡ ଘଣାରେ

ସାନ ଭାଇକୁ ହତ୍ୟା କରିଥିବା ଓ ପୁଲିସ ଅଟକ ରଖିଥିବା ଥିବା ଅଭିଯୁକ୍ତ ଡମ୍ବୁରୁ ପୁସିକା ଥାନାରୁ ଫେରାର ପୁଲିସ ହରଡଘଣାରେ।

ନିୟମଗିରି ପାହାଡ ଲାମ୍ବା ଗାଁରେ ଚଳିତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ରାଗ ରଖି ବଡଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ଯଗିରହି ସାନାଭାଇ ମିନ୍ଦୁରୁକୁ ଏକ ଧାରୁଆ ଟାଙ୍ଗିଆରେ ନିର୍ମମ ଭାବେ ହତ୍ଯାକରି ଫିଙ୍ଗି ଦେଇଥିଲା । ହତ୍ୟା ହବା ପରେ ପୁଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ପ୍ରକୁତ ତଦନ୍ତ ନକରି ଗାଁ ନିକଟକୁ ଯାଇ ଫେରି ଆସିଥିଲା । ପୁଣି ଗାଁ ଲୋକ ଆସି ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୁଣି ପୁଲିସ ଲାମ୍ବା ଗାଁକୁ ଜାଇ ମର ଶରୀରକୁ ଜବତ କରିବାପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କିନ୍ତୁ ଆଜି ଉକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାର ଥିଲା ଉକ୍ତ ଅଭିଯୁକ୍ତ ସୌଚାଳୟକୁ ଜିବି ବଲି କହି ଥାନାରୁ ଚମ୍ପଟ ମାରିଥିଲା ।ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରକୃତ ଖବର ସଂଗ୍ରହ
କରିବାପାଇଁ ଥାନାର କିଛି ଅଧିକାରୀଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଅଧିକାରୀମାନେ ଅଭିଯୁକ୍ତକୁ ମେଡିକାଲ ନିଆ ଯାଇଛିବଲି ମିଛକଥା କହିଥିଲେ । ବର୍ତ୍ତମାନ ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଖଜୁଥିବା ଜଣାପଡିଛି । ଦେଖିବାର ବାକି ରହିଲା ଅଭିଯୁକ୍ତ କୁ ଖୋଜି ପାରୁଛିକି ନାହିଁ ।
ପ୍ରକାଶ ଥାଉକି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଚଳିତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା ।ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧)କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।ଗତକାଲି ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲେ।ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା।ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା।ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦୁରୁ କୁ ହାଣି ହତ୍ୟା କାରିଥିଲା। ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣୀବି କହି ଭୟଭୀତ କରାଇଥିଲା।କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ।ପରେ କିଛି ଲୋକ ଥାନାରେ ଜଣାଇଥିଲେ। ମା ଟେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଛି।କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୋଲିସ ଯିବାପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀ କହିଛନ୍ତି।ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ପାଣି ପିଇ ପାରିନଥିଲେ ।