ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ-shaksi news

ହାଇଦ୍ରାବାଦ: ହାଇଦ୍ରାବାଦର ଔଷଧ ଉତ୍ପାଦନ କେନ୍ଦ୍ରରେ ଲାଗିଛି ନିଆଁ । ଶନିବାର ଦିନ ହାଇଦ୍ରାବାଦସ୍ଥିତ ଔଷଧ ଉତ୍ପାଦନ କେନ୍ଦ୍ରରେ ନିଆଁ ଲାଗି ବିସ୍ଫୋରଣ ହେଵାଉ ପ୍ରାୟ ସାତରୁ ଆଠ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ହାଇଦ୍ରାବାଦର ବୋଲାରାମର ଶିଳ୍ପାଞ୍ଚଳରେ ଥିବା ବିନ୍ଧ୍ୟ ଅର୍ଗାନିକ୍ସ ପ୍ରାଇଭେଟ ଲିମିଟେଡରେ । ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିବା ବେଳେ ଉଦ୍ଧ‌ାର କାର୍ଯ୍ୟ ଜାରି ରହିିଥିବା କହିଛି ପୁଲିସ।

ସୂୂଚନା ମୁତାବକ, ଔଷଧ ଫ୍ୟାକ୍ଟ୍ରୀରେ ରଖାଯାଇଥିବା ରସାୟନିକ ପଦାର୍ଥରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। କାମ ଚାଲିଥିବା ବେଳେ ହଠାତ ଏହି ବିସ୍ଫୋରଣ ଘଟିବାରୁ ଲୋକ ବାହାରକୁ ଆସି ପାରି ନଥିଲେ। ଏ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବିଭ‌ଗର କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହ ଏହି ବିସ୍ଫୋରଣର ଶିକାର ହୋଇ ଆହତ ହୋଇଥିବା ୭-୮ଜଣ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।