ଗଣତନ୍ତ୍ର ଦିବସର ପ୍ୟାରେଡରେ ଶୋଭାପାଇବ ଅଯୋଦ୍ଧା ରାମ ମନ୍ଦିର-shaksi news


ଲକ୍ଷ୍ନୌ: ଆଗାମୀ ଗଣତନ୍ତ୍ର ଦିବସରେ ନୂଆଦିଲ୍ଲୀର ପ୍ୟାରେଡରେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଅଯୋଦ୍ଧାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶନ ହେବ ।ଗଣତନ୍ତ୍ର ଦିବସରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ରାମମନ୍ଦିରର ପ୍ରତୀକ ମେଢ ପ୍ରଦର୍ଶନ କରାଯିବ । ଏହା ସହ ଅଯୋଦ୍ଧାର ସଂସ୍କୃତି, ପରମ୍ପରା ଓ କଳାକୁ ଏହି ମେଢରେ ସାମିଲ କରାଯିବ । ବିଜ୍ଞାପନ ଦ୍ୱାରା ପରିଚାଳିତ ପ୍ଲେଷ୍ଟ୍ରିମ ରିପୋର୍ଟ ମୁତାବକ ୨୦୨୧ ପାଇଁ ଉତ୍ତରପ୍ରଦେଶ ସରକାର ଏହି ମେଢକୁ ନେଇ ଏକ ଶୀର୍ଷକ ନିର୍ଣ୍ଣୟ କରିଛନ୍ତି । ଯାହାର ନାମ ରହିଛି ‘ଅଯୋଦ୍ଧା ସାଂସ୍କୃତିକ ଐତିହ୍ୟ ଉତ୍ତରପ୍ରଦେଶ’ ।

ଏହି ମେଢରେ ଅଯୋଦ୍ଧାରେ ଅନୁଷ୍ଠିତ ହେଉଥିବା ଦୀପଉତ୍ସବର ଝଲକ୍ ଏହି ମେଢ ମାଧ୍ୟମରେ ପ୍ରଦର୍ଶନ କରାଯିବ । ଗଣତନ୍ତ୍ର ଦିବସର ପ୍ୟାରେଡ ସମ୍ବନ୍ଧରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକକୁ ଉତ୍ତରପ୍ରଦେଶ ସରକାର ତାଙ୍କର ଏଭଳି ପ୍ରଦର୍ଶନୀ ପାଇଁ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ବୈଠକରେ ମଞ୍ଜୁରୀ ମଳିଥିବା କଥା ଯୋଗୀ ସରକାର କହିଛନ୍ତି । କାରଣ ଉତ୍ତର ପ୍ରଦେଶ ପ୍ରଜ୍ଞାପନ ମେଢ଼ ରାଜ୍ୟର ସାଂସ୍କୃତିକ ଏବଂ ଧାର୍ମିକ ପର୍ଯ୍ୟଟନକୁ ପ୍ରତିବିମ୍ବିତ କରୁଛି।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବାକୁ ଥିବା ଓଡିଶାର ମେଢ ଉତ୍ତରପ୍ରଦେଶର ମେଢ ସହ ଅନୁବନ୍ଧିତ ହୋଇଛି । ଉଭୟ ମେଢରେ ସର୍ବଧର୍ମ ସମନ୍ୱୟ ଉପରେ ଆଧାରିତ ହେବ ବୋଲି କୁହାଯାଇଛି । ଏହି ମେଢ ମାଧ୍ୟମରେ ଉତ୍ତରପ୍ରଦେଶ ସରକାର ରାଜ୍ୟର ସାଂସ୍କୃତିକ ଓ ପର୍ଯ୍ୟଟନ ଉପରେ ଆଧାରିତ କରିବେ ବୋଲି ଜଣାପଡିଛି ।

ଆଗାମୀ ୨୦୨୧ ଜାନୁଆରି ୨୬ ତାରିଖ ଦିନ ଭାରତ ତା’ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ।