ଫ୍ଲୋରିଡାରେ ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା

ଫ୍ଲୋରିଡା: ୧୪ ବର୍ଷ ବୟସ ବା ତା’ଠାରୁ କମ୍‌ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ  ବାରଣ କରିଛନ୍ତି ଫ୍ଲୋରିଡା ସରକାର । ତା’ ସହିତ ୧୪ରୁ ୧୫ ବର୍ଷ ବୟସର ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର ପାଇଁ ମା’ବାପାଙ୍କ ସ୍ୱୀକୃତି ଜରୁରୀ ରଖାଯାଇଛି ।

ସୋସିଆଲ ମିଡିଆରେ ପ୍ରସାରିତ ଓ ପ୍ରଦର୍ଶିତ ଭିଡିଓଗୁଡ଼ିକ କୋମଳମତି ପିଲାଙ୍କ ମନ ଉପରେ କୁପ୍ରଭାବ ପକାଉଥିବା  ଜଣାପଡ଼ିବା ପରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ନୂତନ ଆଇନ ଅନୁସାରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଆକାଉଂଟକୁ ବ୍ଲକ କରି ଦିଆଯାଇଛି । ତେବେ ଯୋଉ ପିଲାମାନେ ବାପା ଅବା ମା’ଙ୍କ ସ୍ୱୀକୃତିନାମା ଦାଖଲ କରିଥିବେ, ସେମାନଙ୍କ ଆକାଉଂଟକୁ ବ୍ଲକ କରାଯିବନି ।

ଫ୍ଲୋରିଡା ନିମ୍ନ ସଦନରେ ସୋସିଆଲ ମିଡିଆ କଟକଣା ବିଲଟି ଅନୁମୋଦିତ ହୋଇଯାଇଛି । ନୂତନ ଆଇନ ସଂପର୍କରେ ଜଣାଇବାକୁ ଯାଇ ରାଜ୍ୟପାଳ କହିଛନ୍ତି ଯେ କୋମଳମତି ପିଲାଙ୍କୁ କୁପଥକୁ ନେଇଯାଉଛି ସୋସିଆଲ ମିଡିଆ । ପିଲାଙ୍କୁ ଆକଟରେ ରଖିବା ପାଇଁ ନୂଆ ଆଇନ ଅଭିଭାବକ ଓ ବାପା ମା’ଙ୍କୁ ଅଧିକାର ଦେଇଛି ।