ନାବାଳିକାଙ୍କୁ ଯୌନ ନିର୍ଯାତନା: ନାବାଳକ ସମେତ ଦୁଇ ଗିରଫ

ନୂଆଦିଲ୍ଲୀ: ଉତର ଦିଲ୍ଲୀରେ ଜଣେ ନାବାଳିକାଙ୍କୁ ଯୌନଶୋଷଣ ଅଭିଯୋଗରେ ଜଣେ ୧୭ ବର୍ଷୀୟ ନାବାଳକ ଓ ଜଣେ ବ୍ୟକ୍ତିଙ୍କୁ ଦାୟୀ କରାଯାଇଛି । ଅଭିଯୁକ୍ତ ନାବାଳକ ପୁଲିିସ ହାତରେ ଧରା ପଡ଼ିଯାଇଛି । ମାତ୍ର ଅଭିଯୁକ୍ତ ଯୁବକ ଜଣକ ଏ ଯାବତ୍‌ ପୁଲିସ ସାଙ୍ଗରେ ବାଘଛେଳି ଖେଳୁଛି ।

ସୂଚନା ମୁତାବକ ସରାଇ ରୋହିଲା ଥାନା ଅଂଚଳରେ ଜଣେ ନାବାଳିକାକୁ ଜୋରଜବରଦସ୍ତ ଉଠାଇ ନେଇ ଏକ ନିକାଂଚନ ସ୍ଥାନରେ ଶାରୀରିକ ନିର୍ଯର୍ାତନା ଦେଉଥିଲେ । ତେବେ କୌଣସିମତେ ପୀଡ଼ିତା ଜଣକ ପିସିଆର ନମ୍ବରକୁ ଫୋନ୍‌ କରିଥିଲେ । ପୁଲିସ ସାଇରନ୍‌ ଶୁଣି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ପରୀକ୍ଷା କରାଇଥିଲା । ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ଅଭିଯୁକ୍ତଙ୍କ ଗିରଫଦାରି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା । ପୁଲିସ ଅଭିଯୁକ୍ତ ନାବାଳକକୁ ଶାସ୍ତ୍ରୀ ନଗରରୁ ଧରିବାକୁ ସକ୍ଷମ ହୋଇଥିଲା ବେଳେ ଯୁବକଙ୍କୁ ଧରିବା ପାଇଁ ତଲାସି ଜାରି ରଖିଛି ।