ହୋଲି ହେଲା କାଳ: ପାଣିରେ ବୁଡ଼ିଗଲେ ଜଣେ ନାବାଳକଙ୍କ ସମେତ ଦୁଇଜଣ

ସାଲେପୁର: ସାରା ଓଡ଼ିଶା ହୋଲି ମଉଜ ପାଳନ କରୁଥିଲା ବେଳେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଣେ ନାବାଳକ ଓ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିବା ଖବର ହସ୍ତଗତ ହୋଇଛି । କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ କରମୁଅାଁ ଗ୍ରାମରେ ଜଣେ ଯୁବକ ହୋଲି ଖେଳି ସାରିବା ପରେ ପୋଖରୀକୁ ଗାଧୋଉଥିବା ସମୟରେ ଗୋଡ଼ ଖସିଗଲା ଓ ସେ ଗଣ୍ଡରେ ବୁଡ଼ି ଯାଇଥିଲେ ।

ଦ୍ୱିତୀୟ ଘଟଣାଟି ପାରାଦୀପ ଥାନା ଅନ୍ତର୍ଗତ କଟକୁଲା ଗ୍ରାମରେ ଦେଖିବାକୁ ମିଳିଛି । ଜଣେ ନାବାଳକ ହୋଲି ଖେଳ ସାରି ପୋଖରୀରେ ଗାଧୋଉ ଥିଲାବେଳେ କୌଣସି କାରଣରୁ ବୁଡ଼ି ଯାଇଥିଲା । ପରିବାର ଲୋକ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାକୁ ପରୀକ୍ଷା କଲାପରେ ମୃତ ଘୋଷଣା କରିଥିଲେ ।

ଉଭୟ ଗ୍ରାମର ଲୋକଙ୍କ ପାଇଁ ଚଳିତ ହୋଲି ଦୁଃଖଦାୟକ ସାବ୍ୟସ୍ତ ହୋଇଛି ।