ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କଲା ଆଦାନୀ ଗ୍ରୁପ୍‌

ଭୁବନେଶ୍ୱର: ଗୋପାଳପୁର ବନ୍ଦରକୁ ୩୦୮୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି ଆଦାନୀ ଗ୍ରୁପ୍‌ । ଦେଶର ପୂର୍ବ ଉପକୂଳରେ ଅବସ୍ଥିତ ଗୋପାଳପୁର ବନ୍ଦର ନିକଟରେ ବାର୍ଷିକ ୨୦ ନିଯୁତ ମେଟ୍ରିକ୍‌ ଟନ୍‌ ସାମଗ୍ରୀ ବ୍ୟବସାୟ କରିବାର କ୍ଷମତା ରହିଛି । ସୂଚନା ମୁତାବକ ଆଦାନୀ ଗ୍ରୁପ ଏସପି ଗ୍ରୁପ ନିକଟରୁ ୫୬ ଭାଗ ଓ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ ନିକଟରୁ ୩୯ ଭାଗ ମାଲିକାନା କିଣିସାରିଛି ।

ରାଜ୍ୟ ସରକାର ୨୦୦୬ ମସିହାରୁ ୩୦ ବର୍ଷ ପାଇଁ ଗୋପାଳପୁର ବନ୍ଦର ଲିମିଟେଡକୁ ନାନା ପ୍ରକାରର ରିହାତି ପ୍ରଦାନ କରିଛନ୍ତି ଯାହା ଫାଇଦା ଆଦାନୀ ପାଇବ ।ଆଦାନୀ ଗ୍ରୁପ ଅଧିନସ୍ଥ ଏପିଏସଇଜେଡ୍‌ ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀଙ୍କ ମତରେ ଗୋପାଳପୁର ବନ୍ଦରଟି ସବୁ ଦୃଷ୍ଟିରୁ ଆଦାନୀ ଗ୍ରୁପ ପାଇଁ ଲାଭଦାୟକ ରହିବ ।