ପୁଣି ଅସୁସ୍ଥ ହେଲେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି

କୋଲକାତା: ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ମଧ୍ୟାହ୍ନରେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଙ୍ଗୁଲି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଆଜି ମଧ୍ୟାହ୍ନରେ ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।ପୂର୍ବରୁ ଗାଙ୍ଗୁଲି ଛୋଟ ଧରଣର ହାର୍ଟଆଟାକର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୭ ତାରିଖରେ ସେ ସୁସ୍ଥ ହୋଇଯିବାରୁ ଘରକୁ ଫେରିଥିଲେ।