ନୂଆ ବାଇବେଲ ବିକୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟମ୍ପ
ୱାଶିଂଟନ: ପୁଣିଥରେ ରାଷ୍ଟ୍ରପତି ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ବାର ରାଷ୍ଟ୍ରପତି ହେବା ପାଇଁ ଟ୍ରମ୍ପ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ସେ ‘ଗଡ୍ ବ୍ଲେସ ଦି ୟୁଏସଏ’ ନାମକ ବାଇବେଲଟିଏ ରଚନା କରିଛନ୍ତି । ତାକୁ ଛପାଇ ବିକିବା ଆରମ୍ଭ କରି ଦେଇଛନ୍ତି । ପୁସ୍ତକଟିର ପ୍ରଚ୍ଛଦପଟରେ ଆମେରିକାର ଜାତୀୟ ପତାକା ଚିତ୍ର ରହିଛି ।
ଲୋକମାନେ ଉକ୍ତ ପୁସ୍ତକକୁ କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ମାତ୍ର ଜନତାଙ୍କର ସବୁ ବିଷକୁ ନିରବତାର ସହିତ ପିଇ ଯାଉଛନ୍ତି ଟ୍ରମ୍ପ । ଲୋକମାନେ କହୁଛନ୍ତି ଯେ କ୍ଷମତାକୁ ଯିବା ଆଶାରେ ଟମ୍ପ ପବିତ୍ର ବାଇବେଲକୁ ଅପମାନିତ କରୁଛନ୍ତି ।