ଏବେ ବି ଲୋକଙ୍କ ମନରେ ମୁଖ୍‌ତାର ଭୟ

ଲକ୍ଷେ୍ନø: ସାଧାରଣ ନିର୍ବାଚନ ଘୋଷଣା ପରେପରେ କାରାଗାରରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖ୍‌ତାର ଆନସାରୀଙ୍କର ଆକସ୍ମିକ ମୃତ୍ୟୁ ସାରା ୟୁପିକୁ ହତଚକିତ କରିଛି । ଆନସାରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଟ ସୁପାରିଶ କରିଛନ୍ତି । ଜେଲରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆନସାରୀଙ୍କୁ ବନ୍ଦାସ୍ଥିତ ହସ୍ପିଟାଲକୁ ନିଆ ଯାଇଥିଲା; ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

ପରିସ୍ଥିତିକୁ ସମ୍ଭାଳିବା ପାଇଁ ବନ୍ଦା, ମାଉ, ଗାଜିପୁର ଓ ବାରାଣସୀରେ ବିପୁଳ ସଂଖ୍ୟକ ଅର୍ଦ୍ଧସାମରିକ ସେନା ମୁତୟନ କରାଯାଇଛି ।

ଆନସାରୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୁଲିସ ଉପସ୍ଥିତିରେ ଶନିବାର ସକାଳ ପ୍ରାର୍ଥନା ସମାପନ ପରେ ଆନସାରୀଙ୍କୁ କବର ଦିଆଯିବ । ଆନସାରୀଙ୍କ ଅନ୍ତିମ ଦର୍ଶନରେ ବହୁ ଲୋକଙ୍କ ସମାଗମ ଆଶା କରାଯାଉଛି । ଭିଡର ସୁଯୋଗ ନେଇ କିଛି ଅପ୍ରୀତିକର ଘଟଣା ଆଶଙ୍କା କରାଯାଉଥିବାରୁ କଡ଼ା ପୁଲିସ ପହରା ବ୍ୟବସ୍ଥା କରାଯାଇଛି ବୋଲି ୟୁପି ପୁଲିସ ଡିଜି ଓମଭିର ସିଂ କହିଛନ୍ତି ।